ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଦୃଶ୍ୟ। ଅପରାହ୍ନ ତିନିଟା ସମୟରେ ନିଜ ଜମିରେ କାମ କରୁଥିବା ସମୟରେ ସୁଧାଂଶୁ ସିଲ (୩୫) ଙ୍କୁ ଏକ ନାଗସାପ କାମୁଡି ଥିଲା । ବ୍ୟକ୍ତି ଜଣକ ହେଲେ ଝରିଗାଁ ବ୍ଲକ ଅଧିନ ଛୋଟା ଗୁଡା(ୟୁଭି ୫୧) ଗ୍ରାମର। ସୁଧାଂଶୁ ସିଲ କାଳ ବିଳମ୍ବ ନକରି ବାଇକ୍ ଯୋଗେ ସାପକୁ ଧରି ପହଞ୍ଚି ଯାଇଥିଲେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ସୁଧାଂଶୁ ଧରିଥିବା ସାପକୁ ଦେଖି ମେଡିକାଲ କତ୍ତୃପକ୍ଷ କିଛି ସମୟ ପାଇଁ ଭୟବିତ ହୋଇଯାଇଥିଲେ । ଚିକିତ୍ସା ପରେ ସୁଧାଂଶୁ ବିପଦମୁକ୍ତ ଥିବା ଡ଼ାକ୍ତର ପ୍ରକାଶ କରିଛନ୍ତି ।