୨୫ ବର୍ଷ ହେବ ବିଛଣାରେ ପଡି ରହିଛି ଲୁଲୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ସରକାରୀ ସହାୟତାକୁ ଅନାଇ ରହିଛି ପରିବାର

ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଅସୁରଖୋଳ ଗ୍ରାମର ଲୁଲୁ ସାହୁ ବୟସ ୩୦ ବର୍ଷ ପିତା ସ୍ବର୍ଗତ ଜଗବନ୍ଧୁ ସାହୁ ମାଆ ଝଟକ ସାହୁ ଓ ସାନ ଭାଇ ପରମେଶ୍ବର ସାହୁ । ପରିବାର କହିଲେ ତିନି ଜଣ ଲୁଲୁ ଜନ୍ମ ଠାରୁ ୩/୪ ବର୍ଷ ପର୍ଯ୍ୟନ୍ତ ଖେଳାବୁଲା ଦୌଡା ଦୌଡି ସବୁ କରୁଥିଲା । ହଠାତ ୫ ବର୍ଷ ବୟସରେ ଦିନେ କୌଣସି ଅଜଣା ରୋଗରେ ପଡି ରହିଲା ଯେ ଆଜି ପର୍ଯ୍ୟନ୍ତ ସେ ବିଛଣାରେ ହିଁ ଶୋଇ ରହିଛି । ଖାଇବାକୁ ଦେଲେ ଖାଉଛି ନ ହେଲେ ନାହିଁ ଝାଡା ପରିସ୍ରା ସବୁ ସେଇ ବିଛଣାରେ । ଆଜକୁ ପ୍ରାୟ ୨୫ ବର୍ଷ ହେଲା ଏମିତି ଶୋଇ ରହିଛି । ଛୋଟ ବେଳେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁର୍ଲା ନେଇଥିଲେ । ସେଠାରୁ ପୁଣି କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର କହିଥିଲେ । କିନ୍ତୁ ବିଧବା ମାଆ ଝଟକ ସାହୁ ଗରିବ ପରିବାରର ହୋଇଥିବାରୁ ତାଙ୍କ ପକ୍ଷେ କଟକ ନେଇ ଲୁଲୁକୁ ଚିକିତ୍ସା କରିବା ସମ୍ଭବ ପର ହୋଇ ନ ଥିଲା । ତେଣୁ ପୁତ୍ର ଲୁଲୁକୁ ଘରକୁ ଫେରାଇ ଆଣି ଘରେ ରଖିଛନ୍ତି । ଏବଂ ଆମ ଗଣମାଧ୍ୟମ ଦ୍ବାରା ସରକାରଙ୍କୁ ସାହାର୍ଯ୍ୟର ଭିକ୍ଷା ମାଗିଛନ୍ତି ଲୁଲୁଙ୍କ ପରିବାର ।


ଯଦି ସରକାର ଓ ଜିଲ୍ଲା ପ୍ରସାଶନ ଏହାକୁ କୃପା ଦୃଷ୍ଟି ରଖି ସହାୟତାର ହାତ ବଢ଼ାନ୍ତେ ତାହେଲେ ଏହି ଗରିବ ପରିବାରରେ ଖୁସି ଭରିଯାଆନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।।

Comments
Loading...