ସରକାରଙ୍କ ପାନୀୟ ଜଳ ଯୋଗାଣ କାର୍ଯ୍ୟ ବିଫଳ

ପାନୀୟ ଜଳଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ବିଭିନ୍ନ ଯୋଜନା କରିଛନ୍ତି ହେଲେ ସ୍ଥାନୀୟ ପ୍ରଶାସନ ଓ ଠିକାଦାର ମାନଙ୍କ ଖାମଖିଆଲି ମନୋଭାବ ପାଇଁ ଯୋଜନା ବାଟବଣା ହେବାକୁ ଲାଗିଛି।ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରଜୁନାଗଡ଼ ବ୍ଲକ୍ ଚାରବାହାଲ ପଞ୍ଚାୟତ ଅନ୍ତର୍ଗତ ଧନେର ଗ୍ରାମ ବରଗଛ ପଡ଼ା ପାନୀୟ ଜଳ ଯୋଗାଣ କାର୍ଯ୍ୟ ବିଫଲ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ କହିବା ଅନୁସାରେ ଏହି ସୋଲାର ପାଣି ଟlଙ୍କି ଆଜି କୁ ଦେଢ଼ ବର୍ଷ ତଳେ ଆରମ୍ଭ ହୋଇଥିଲା,ହେଲେ ଆଜି ପର୍ଯ୍ୟନ୍ତ କାମ ଶେଷ ହେଲା ନାହିଁ।ଖାଲି ଫାଉଣ୍ଡେସନ ହେଇ କି ପଡ଼ିଛି।ଏହାର ଠିକାଦାର କିଏ,କୋଉ ଫୋଣ୍ଡ ରୁ ପଇସା ଆସିଥିଲା,କେତେ ଟଙ୍କା ଆସିଥିଲା,କଣ ପାଇଁ କାମ ବନ୍ଦହେଲା,ଆଜି ପର୍ଯ୍ୟନ୍ତ ତାର କିଛି ଖୋଜ ଖବର ନାହିଁ।ସବୁ ଗାଁ ରେ ହେଲା ଆମ ଏହି ବରଗଛ ପଡ଼lରେ କଣ ପାଇଁ କାମ ବନ୍ଦ ହେଇ କି ପଡ଼ିଛି। ଏହି ପାନୀୟ ଜଳ ଯୋଗାଣ କାର୍ଯ୍ୟ ବନ୍ଦ ହେବାର ପ୍ରକୃତ ଘଟଣା କୁ ପ୍ରଷ୍ଟ କରି ପାନୀୟ ଜଳ ଯୋଗାଣ କାର୍ଯ୍ୟକୁ ଆରମ୍ଭ କରିବାକୁ ପ୍ରଶାସନ କୁ ଅନୁରୋଧ।


ଏବେ ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ ହେବା ପରେ ପ୍ରଶାସନ କଣ ପଦକ୍ଷେପ ନେବ।।

Comments
Loading...