ପିକଅପ ଗାଡି ଓଲଟି, ୨ ଆହତ

ଡାବୁଗାଁ, ୨୬/୩ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ଝାଲିଆଗୁଡା ଛକ ନିକଟ ଜଙ୍ଗଲ ମଧ୍ୟରେ ଏକ ପିକଅପ ଗାଡି ଗୁରୁବାର ସକାଳୁ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଯୋଗ୍ୟ :- ଗୁରୁବାର ସକାଳୁ ଭୋର ପ୍ରାୟ ୪ ଘ ସମୟରେ ରାଇଘର ବ୍ଲକ ଦାସପୁର ଗ୍ରାମର ଡ୍ରାଇଭର ରଞ୍ଜନ ଅଧିକାରୀ ଓ ଅଭିଜିତ ବିଶ୍ୱାସ ଏକ ପିକଅପ ଗାଡି ଯୋଗେ ଜୟପୁର କୁ ପଣସ କିଣିବା ପାଇଁ ବହାରିଥିଲେ । ଝଳିଆଗୁଡା ଛକ ନିକଟରେ ଗାଡ଼ିଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲେ । ଗାଡି ଭିତରେ ଥିବା ଡ୍ରାଇଭର ଓ ସାଥି ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ଡାବୁଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି | ଆହତ ୨ ଜଣ ଉମରକୋଟ ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସାପରେ ଘରକୁ ଚାଲି ଯାଇଥିବା ସୂଚନା ମିଳିଛି |

Comments
Loading...