ଭାରସ୍ୟାମ ହରାଇ ଓଲଟିଲା ମାଟି ଇଟା ବୋଝେଇ ଟ୍ରାକ୍ଟର ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ବରଡାନାଳୀ ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଭାରସ୍ୟାମ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ ଲକ୍ଷ୍ମୀପୁର ବରଡାନାଳୀ ଗ୍ରାମପଟୁ କଣ୍ଟାବାହାଳ ଅଭିମୁଖେ ଯାଉଥିବା ମାଟି ଇଟା ବୋଝେଇ ଏକ ଟ୍ରାକ୍ଟର ବରଡାନାଳୀ ଗ୍ରାମ ଘାଟି ନିକଟରେ ଭାରସ୍ୟାମ ହରାଇ ଓଲଟି ପଡିଛି । ଏବଂ ଘଟଣା ସ୍ଥଳରେ ଡ୍ରାଇଭର ବରଡାନାଳୀ ଗ୍ରାମର ବାବୁଲା ଭୋଇଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ଖଇରପାଲି ଫାଣ୍ଡି ପୋଲିସ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି ।

Comments
Loading...