ବାପା ମାଆ ଛେଉଣ୍ଡ ଓ ଭିନ୍ନକ୍ଷମ ପିଲାମାନଙ୍କୁ ସରକାରୀ ସହାୟତା ସାତ ସପନ

ଦିର୍ଘଦିନ ଧରି ବାପା ମାଆ ଛେଉଣ୍ଡ ଓ ଭିନ୍ନକ୍ଷମ ବିକଳାଙ୍ଗ ପିଲାମାନଙ୍କ ଲାଳନ ପାଳନ କରି ଆସୁଛନ୍ତି ଖଜୁରିଆନାଳୀ ଗ୍ରାମର ୯୦ ବର୍ଷିଆ ବିଧବା ବୃଦ୍ଧା ତେବେ ବୟସ ଅଧିକ ହେତୁ ଲାଳନ ପାଳନ ଆଉ ସମ୍ଭବପର ହେଉନାହିଁ । ଯାହାକି ମାଆ ବାପା ଛେଉଣ୍ଡ ଓ ବିକଳାଙ୍ଗ ପିଲାଙ୍କ ଭବିଷ୍ୟତ ଅନ୍ଧକାର ମୟ ହେବାକୁ ବସିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ଅନ୍ତର୍ଗତ ଖଜୁରିଆନାଳୀ ଗ୍ରାମରେ ପଞ୍ଚାଳୀ ଶବର ବୟସ ୯୦ ବର୍ଷ ମୁଣ୍ଡରେ ପାଞ୍ଚ ଜଣଙ୍କ ଭରଣ ପୋଷଣର ଦାୟିତ୍ବ ବୋଝ, ସେଥି ମଧ୍ୟରୁ ଯାହା ଦେଖିବାକୁ ମିଳିଛି ୪ ଜଣ ଭିନ୍ନକ୍ଷମ ଅଟନ୍ତି । ପୁଅ ବହୁ ଆର ପାରିକି ଚାଲିଯିବା ପରେ ନାତି ନାତୁଣିଙ୍କ ଦାୟିତ୍ବ ଏବେ ଆଇମା ପାଖରେ ସରକାରୀ ଯୋଜନା ମଧ୍ୟ ଏମାନଙ୍କ ପାଇଁ ସାତ ସପନ । ବୃଦ୍ଧା ଆଇମା ପରଘରେ ମୂଲଲାଗି ଯାହା ଆଣନ୍ତି ସେଥିରେ ଛଅ ପ୍ରାଣି କୁଟୁମ୍ଭ ଚଳେ ଓଳିଏ ଖାଇଲେ ଓଳିଏ ପୁଣି ଉପାସ ରହିବାକୁ ପଡେ । ଏବେ କିନ୍ତୁ ଆଇମା ପରଘରେ ମୂଲଲାଗିବା ସମ୍ଭବ ପର ହେଇ ପାରୁନି । ବୟସ ବଢ଼ିବା ସହିତ ତାଙ୍କର ଆଉ ଦେହରେ ବଳ ନାହିଁ । ସରକାରୀ ସହାୟତା ବିନା ଏବେ ଏମାନେ ବେସାହାରା ହୋଇ ଜୀବନ ଅନ୍ଧକାର ମୟ ହେବାକୁ ଯାଉଛି । ଏହି ଭିନ୍ନକ୍ଷମ ପିଲାଙ୍କ ବିଷୟରେ ସରପଞ୍ଚ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ସ୍ତରରେ ସରକାରୀ ବାବୁ ମାନଙ୍କୁ ଗୁହାରୀ କରି ଆସୁଥିଲେ ମଧ୍ୟ କେହି ଏମାନଙ୍କ ଗୁହାରୀ ଶୁଣୁ ନଥିବା ଆଇ ମା ପଞ୍ଚାଳୀ ଶବର ଆମ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି । ଦେଖିବାକୁ ବାକି ରହିଲା ଆମ ଗଣମାଧ୍ୟମ ଦ୍ବାରା ଖବର ପ୍ରସାରଣ ପରେ ସରକାର ତଥା ସ୍ଥାନୀୟ ପ୍ରସାଶନ କି ପଦକ୍ଷେପ ନେଉଛି ।

Comments
Loading...