ପ୍ରଶାସନ ବନ୍ଦ କଲା ଅଷ୍ଟପ୍ରହରୀ ନାମ ଯଜ୍ଞ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଲଧୁଆପଡା ଗ୍ରାମର ଅଷ୍ଟପ୍ରହରୀ ନାମ ଯଜ୍ଞ କୁ ଆଜି ବନ୍ଦ କରିଛି ପ୍ରଶାସନ l ଯଜ୍ଞ ଆଜି ଆରମ୍ଭ ହୋଇଥାନ୍ତା, ସବୁ ଠିକ୍ ଠାକ୍ ଚାଲିଥିଲା, ଯଜ୍ଞ ବିଧିବିଧାନ ଅନୁଯାୟୀ ଆଜି ଜଳଯାତ୍ରା ଓ ଆସନ୍ତା କାଲି ଠାରୁ ନାମ ଯଜ୍ଞ ପ୍ରାରମ୍ଭ ହୋଇଥାନ୍ତା ବି, ହେଲେ ଏକା ଥରକେ ଠପ୍ ପଡ଼ିଯାଇଥିଲା l ପ୍ରକାଶ ଥାଉକି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଲଧୁଆପଡା ଗାଁ ରେ ଗାଁ ର ସମସ୍ତ ଜନସାଧାରଣ ତରଫରୁ ଏକ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହେବାର ଆୟୋଜନ କରାଯାଇଥିଲା l ତେବେ କରୋନା ମହାମାରୀ ର ପ୍ରାଦୁର୍ଭାବ କୁ ଆଖି ଆଗରେ ରଖି ସରକାର ବର୍ତ୍ତମାନ ଓଡ଼ିଶାର ଦୁଇଟି ଜିଲ୍ଲା, ମାଲକାନଗିରି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା କୁ ଗତ କାଲି ଠାରୁ କଟକଣା ଜାରି କରି ନାଇଟ୍ କର୍ଫ୍ୟୁ ଜାରି କରି ଶହେ ଚୌରାଲିଶି ଧାରା ବଳବତ୍ତର ରଖିବା ଦ୍ଵାରା ଆଜି ଲଧୁଆପଡା ଗାଁ ରେ ହେବାକୁ ଥିବା ନାମ ଯଜ୍ଞ ରେ ରୋକ ଲଗାଯାଇଛି l ଆଜି ନାମ ଯଜ୍ଞନାମ ବନ୍ଦ ହେବା ପରେ ଗାଁ ଲୋକେ ସରକାରଙ୍କ ମଦ ବିକା ଓ ଦୋକାନ ବଜାର ବନ୍ଦ ନ କରି ଆମ ଯଜ୍ଞ କୁ ବନ୍ଦକରିବା କେତେ ଦୁର ଯଥାର୍ଥ ବୋଲି ପ୍ରଶ୍ନ କରିଥିବା ବେଳେ ପୂଜକ ପ୍ରଦୀପ ଦାଶ ଯଜ୍ଞ ବନ୍ଦ କରିବା ଏକ ଘୋର ଅନ୍ୟାୟ ହୋଇଛି ବୋଲି ଗାଁ ଲୋକଙ୍କ ଠାରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା l ତେବେ ଆମର ପ୍ରତିନିଧି ଖବର୍ ସଂଗ୍ରହ କରିବାକୁ ଯାଇଥିବା ବେଳେ ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଯଜ୍ଞ ମଣ୍ଡପ କୁ ଭାଙ୍ଗି ଡାକବାଜି ଯନ୍ତ୍ର ସମେତ ସାଜସଜ୍ଜା ଅନ୍ୟାନ୍ୟ ସ୍ଥଳକୁ ଖାଲି କରୁଥିବା ଦେଖିବାକୁ ମିଳିଥିଲା l ତେବେ ଶ୍ରଦ୍ଧାଳୁମାନେ କଟକଣା ଘୁଞ୍ଚିଲା ପରେ ଯଜ୍ଞ କାର୍ଯ୍ୟ କରିବୁ ବୋଲି ମତ ପ୍ରକାଶ କରିଥିଲେ l

Comments
Loading...