ଡାବୁଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି ଅଜବ ଏକ ପରମ୍ପରା ବରଗଛ ସହ ଓସ୍ତ ଗଛର ବାହାଘର

ନବରଙ୍ଗପୁର ଜିଲ୍ଲା (ଡାବୁଗାଁ ):- ଡାବୁଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି ଅଜବ ଏକ ପରମ୍ପରା ବରଗଛ ସହ ଓସ୍ତ ଗଛର ବାହାଘର ।ପୂର୍ବ ପୁରୁଷ ମନେ ବହୁତ ପରମ୍ପରା ଆମ୍ଭ ମାନଙ୍କୁ ଶିଖାଇ ଯାଇଛନ୍ତି । କିନ୍ତୁ ଏହା ଏକ ଅଜବ ପରମ୍ପରା ଯେଉଁ ପରମ୍ପରା ଅନୁଶାରେ ବରଗଛ ସହ ଓସ୍ତ ଗଛ କୁ ବିବାହ କରାଯାଇଥାଏ ।ଏପରି ଏକ ନିଆରା ଅଜବ ପରମ୍ପରା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ । ଡାବୁଗାଁ ବ୍ଲକ ସଦର ମହକୁମା ଜୟନ୍ତୀନଗରର ବଳରାମ ଗୌଡ଼ ପ୍ରାୟ ୧୧ ବର୍ଷ ତଳେ ଡାବୁଗାଁ ସ୍ଥିତ ଇଲେଟ୍ରି ଅଫିସ ଠାରେ ଚାକିରୀ କରୁଥିବା ସମୟରେ ଏକ ବରଗଛ ଏବଂ ଅସ୍ତ ଗଛ ଲଗାଇ ଗଛର ବାହାଘର କରିବା ନିମନ୍ତେ ମାନସିକ କରିଥିଲେ । ଭଲ ତିଥି ଦେଖି ୧୧ ବର୍ଷ ପରେ ଆଜି ବରଗଛ ସହ ଓସ୍ତ ଗଛ ର ବାହାଘର ପୁରା ରୀତି ନୀତିରେ ପାରମ୍ପରିକ ଭାବରେ ବଳରାମ ଗୌଡ଼, ତାଙ୍କ ଧର୍ମ ପତ୍ନୀ, ପୁଅ ଗଙ୍ଗା ଗୌଡ଼ ଓ ବହୁ କରିଥିଲେ । ବାହାଘର ପରେ କୋଭିଡ ନିୟମ ଅନୁସାରେ ନିଜ ପରିବାର ସହ ଗ୍ରାମର ପ୍ରାୟ ୫୦ ଲୋକଙ୍କୁ ନେଇ ଏକ ଭୋଜି ର ଆୟୋଜନ ମଧ୍ୟ କରାଯାଇଥିଲେ । ଏଥିରେ ତାଙ୍କ ଇଲେଟ୍ରି ଅଫିସ ରୋ କର୍ମକର୍ତ୍ତା ଭାଇ ବା ସହଯୋଗୀ ମାନେ ସହଯୋଗ କରିଥିଲେ । ଏପରି ଏକ ନିଆରା ଅଜବ ପରମ୍ପରା ଡାବୁଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳିଟିଛି ।

Comments
Loading...