ଗାଁ ମଝିରେ ଚାଲିଛି ବେଆଇନ ମଦ କାରବାର

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଗାଁ ରେ ଖୁଲମଖୁଲା ଭାବେ ନିଜ କିରାନା ଦୋକାନ ରେ ତଥା କୁକୁଡ଼ା ଦୋକାନ ରେ ଚାଲିଛି ବେଆଇନ ଦେଶୀ, ବିଦେଶୀ ମଦ ର କାରବାର।ମହରାପଦର ଗାଁ ର ସୁରେଶନ ଦଳେଇ ନିଜର କିରାନା ଦୋକାନ ରେ ଦେଶୀ, ବିଦେଶୀ ମଦ ବିକ୍ରି କରୁଛନ୍ତି। ଏଥିପାଇଁ ଦୋକାନ ସମ୍ମୁଖରେ ସବୁବେଳେ ମଦୁଆ ମାନେ ଭିଡ ଜମାଉଛନ୍ତି। ଏଥିପାଇଁ ଛୋଟ ଛୋଟ ଛୁଆ ମାନେ ତଥା ମହିଳା ମାନେ ରାସ୍ତା ରେ ଯିବାଆସିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି।ଆଉ ଜଣେ ହେଲେ ଦିନ ଧରୁଆ ମହରାପଦର ଗାଁ ରୁ ବାଘଝରନ୍ ଗାଁ ଯିବା ରାସ୍ତାରେ ଏକ କୁକୁଡ଼ା ଦୋକାନ ଖୋଲି ସେଥିରେ ସେ ମଧ୍ୟ ଦେଶୀ ବିଦେଶୀ ମଦ ବିକ୍ରି କରୁଛନ୍ତି। ଏହି ମଦ ବିକ୍ରି କୁ ବିରୋଧ କରି ଗ୍ରାମ ର SHG ମହିଳା ମାନେ ମଦ ବିକ୍ରି ବନ୍ଦ କର ନାରା ଦେଇ ଗାଁ ପରିକ୍ରମା କରିଥିଲେ।

କିଛି ଦିନ ଆଗରୁ ମହରାପଦର ଗାଁ ରେ ମଦଭାଟି ସବୁ ବନ୍ଦ ଥିଲା। ସୁଶାନ୍ତ ପାଣିଗ୍ରାହୀ ଙ୍କ ପ୍ରତିବାଦ ଯୋଗୁଁ ସବୁ ମଦଭାଟି ବନ୍ଦ କରାଯାଇଥିଲା। ଏହାର ସୁଯୋଗ ନେଇ ଉପୋରକ୍ତ ଦୁଇ ଜଣ ଗାଁ ରେ ବେଧଡକ ମଦ ବିକ୍ରି କରିବା ଆରମ୍ଭ କରିଥିଲେ। ଏଥିପାଇଁ ଗାଁ ର SHG ମହିଳା ମାନେ ରାସ୍ତା କୁ ଓଲ୍ହାଇ ଛନ୍ତି। ଏଥିରେ ଗାଁ ର ଓ୍ବାଡ୍ ମେମ୍ବର ତାରା କୁମ୍ଭାର ଙ୍କ ନେତୃତ୍ୱରେ SHG ଗୃପ୍ ର ମହିଳା ମାନେ ସାମିଲ ଥିଲେ। ମହିଳା ମାନେ ସୁରଶେନ ଦଳେଇ ଙ୍କ କିରାନା ଦୋକାନ ରୁ କିଛି ଦେଶୀ ବିଦେଶୀ ମଦ ଜବତ କରିଛନ୍ତି।

Comments
Loading...