ଡଙ୍ଗରୀଗୁଡା ଶିବ ମନ୍ଦିର ର ଦୁର୍ଗା ମୂର୍ତ୍ତିକୁ ଭାଙ୍ଗିଦେଲେ ଦୁବୃତ୍ତ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଶିବ ମନ୍ଦିର ମଧ୍ୟରେ ପଶି କିଛି ଦୁର୍ବୃତ୍ତ ପାର୍ଶ୍ବ ଦେବୀ ମାଁ ଦୂର୍ଗା ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି । ଖବର ଲେଖା ହେବା ସୁଦ୍ଧା ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଡଙ୍ଗରିଗୁଡ଼ା ଶିବ ମନ୍ଦିର ଭିତରେ ଅବୈଧ ଭାବରେ ପ୍ରବେଶ କରି ଗଣେଶ , ଚଣ୍ଡୀ , ରାଧାକୃଷ୍ଣ , ନବଗ୍ରହ ସହିତ ଦୁଇଟି ଜଗୁଆଳି ମୂର୍ତ୍ତିକୁ ଚୋରି କରି ନେଇଯିବା ସହ ଦୁର୍ଗାଙ୍କ ମୂର୍ତ୍ତି ଅଧା ଭାଙ୍ଗିଦେଇ ଛନ୍ତି । ତାଲା ପଡ଼ିଥିବା ଯୋଗୁଁ ମହାଦେବଙ୍କ ମୁଖ୍ୟ ମନ୍ଦିର ଭିତରେ ଦୁବୃର୍ତ୍ତ ମାନେ ପ୍ରବେଶ କରି ପାରି ନଥିଲେ । କାଲି ସକାଳେ ମନ୍ଦିରର ପୂଜକ ପୂଜାର୍ଚ୍ଚନା ପାଇଁ ମନ୍ଦିରକୁ ଆସି କବାଟ ଖୋଲିବା ସମୟରେ ଏସବୁ ଦେଖି ଥିଲେ । ସକାଳୁ ଭକ୍ତମାନେ ମନ୍ଦିରକୁ ମହାଦେବଙ୍କୁ ଦର୍ଶନ କରିବାକୁ ଆସିଥିବା ସମୟରେ ଏଭଳି ଘଟଣା ଦେଖି ଆଚମ୍ବିତ ହେବା ସହ ଏଭଳି କାଣ୍ଡ ଭିଆଇ ଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଆମ ରିପୋର୍ଟର କୁ ଜଣାଇଛନ୍ତି ଯେ, ଡାବୁଗାଁ ଅଞ୍ଚଳରେ ବିଭିନ୍ନ ଶୈବ ପୀଠ ରେ ବାରମ୍ବାର ଏଭଳି ଅଘଟଣା ଦେଖିବାକୁ ମିଳୁଛି। ଏଥି ପୂର୍ବରୁ କେଲିଆ ଶିବ ମନ୍ଦିର ରେ ଚଣ୍ଡୀ ମୂର୍ତ୍ତି ଭାଙ୍ଗିବା ଘଟଣା , ମାଁ ପାର୍ବତୀ ଗୁମ୍ଫାରେ ପାର୍ଶ୍ବ ଦେବାଦେବୀ ଙ୍କୁ ଧ୍ବଂସ କରିବା କୁ ଉଦ୍ୟମ ଘଟଣା ଓ ଡଙ୍ଗରିଗୁଡ଼ା ଶିବ ମନ୍ଦିରରୁ ଏଥି ପୂର୍ବରୁ ଦୁଇ ଥର ଚୋରି ଘଟଣା ଏବଂ ବର୍ତ୍ତମାନ ର ଏହି ଘୋଷଣା ପ୍ରମାଣ କରୁଛି ହିନ୍ଦୁ ଧର୍ମ ର ମନ୍ଦିର ଗୁଡିକ ଅସୁରକ୍ଷିତ ଅବସ୍ଥାରେ ଅଛି। ସେ ଆହୁରି କହିଛନ୍ତି ଦେଶ ଓ ଧର୍ମ ପ୍ରତି ବାରମ୍ବାର ହେଉଥିବା ଆକ୍ରମଣ କୁ ହିନ୍ଦୁ ମହାସଂଘ ସହ୍ୟ କରିବ ନାହିଁ। ହୋଲି ପରେ ମହାସଂଘର ଏକ ଟିମ୍ ଜିଲ୍ଲା ପୋଲିସ ଅଧିକ୍ଷକ ଙ୍କୁ ସଂପୂର୍ଣ୍ଣ ବିଷୟ ଅବଗତ କରାଇବ। ଆଇନ୍ ଅନୁଯାୟୀ କାର୍ଯ୍ୟ ହେଉ ଏବଂ ସମସ୍ତେ ଆଇନ୍ କୁ ପାଳନ କରନ୍ତୁ। ଦୁର୍ବୁତ୍ତମାନଙ୍କୁ ଓ ହିନ୍ଦୁଧର୍ମ କୁ ଆକ୍ରମଣ କରୁଥିବା ବିଧର୍ମୀ ମାନଙ୍କୁ ସେମାନଙ୍କ ଭାଷାରେ ହିଁ ମହାସଂଘ ଜବାବ ଦେବ ବୋଲି ସେ ସୂଚିତ କରିଛୁ। ଏହି ପରି ଅନ୍ୟାନ୍ୟ ସଂଗଠନ ମଧ୍ୟ ଅନୁରୂପ ଦାବି ଜଣାଇଛନ୍ତି।

Comments
Loading...