ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ ନବଜାତ ଶିଶୁ କନ୍ୟାକୁ

ନବରଙ୍ଗପୁର:- ରବିବାର ଦେଖିବାକୁ ମିଳିଛି ଗୋଟିଏ ଅଭାବନୀୟ ତଥା ଅମାନବିକତା ଦୃଶ୍ୟ ।ଉମରକୋଟ ଡିଏନକେ ଗୁଲିପାଟଣା ମଝି ଜମି ପାଖରେ ଥିବା ଅଳିଆ ଗଦାରେ କେହି ଜଣେ ନବଜାତ ଶିଶୁ କନ୍ୟାକୁ ଫପାଡି ଦେଇ ଚାଲିଯାଇ ଥିଲେ । ନବଜାତ ଶିଶୁ ର କ୍ରନ୍ଦନ ଶୁଣି ଆଖପାଖର କିଛି ହୃଦୟବାନ ବ୍ୟକ୍ତି ଏବଂ ମହିଳା ମାନେ ଶିଶୁ କନ୍ୟାକୁ ଉଦ୍ଧାର କରି ସଖାଲେ ଉମରକଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ବର୍ତ୍ତମାନ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଭଲ ଥିବାରୁ ଏବଂ ଆଇସୟୁ ରେ ରଖାଯାଇଥିବା ସୂଚନା ମିଳୁଛି। ଘଟଣାର ତଦନ୍ତ ପରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି ସ୍ଥାନେ ସ୍ଥାନେ ।କିଏ କଣ ପାଇଁ ଏଭଳି ଅମାନବିକତା କାର୍ଯ୍ୟ କରିଛନ୍ତି ବର୍ତ୍ତମାନ ପର୍ଯନ୍ତ ଏହାର କୌଣସି ସୂଚନା ମିଳି ନାହିଁ ।

Comments
Loading...