ତିଥି ଓ ପର୍ବ-ଦିବସ: ଆଜି ଚୈତ୍ର କୃଷ୍ଣ ତୃତୀୟା ଦିବା ୦୨:୦୬:୨୭ ଗତେ ଚତୁର୍ଥୀ ତିଥି। ତୁଳାଚନ୍ଦ୍ର ରାତ୍ରି ୦୧:୫୬ ଗତେ ବିଛାଚନ୍ଦ୍ର। ସ୍ବାତୀ ଦିବା ୦୯:୪୫:୩୧ ଗତେ ବିଶାଖା ନକ୍ଷତ୍ର। ଆର୍ଥିକ ବର୍ଷ ଶେଷ। ରାତ୍ରି ୧୨:୪୩ଠାରେ ମୀନ ରାଶିକୁ ବୁଧ ଚଳନ। ତୃତୀୟା ତିଥିରେ ପୋଟଳ ଏବଂ ଦିବା ୦୨:୦୬:୨୭ ଗତେ ଚତୁର୍ଥୀ ତିଥିରେ ମୂଳା ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।