ତିଥି ଓ ପର୍ବ-ଦିବସ: ଆଜି ଚୈତ୍ର କୃଷ୍ଣ ଚତୁର୍ଥୀ ଦିବା ୧୧:୦୦:୦୮ ଗତେ ପଞ୍ଚମୀ ତିଥି। ବିଛାଚନ୍ଦ୍ର ଅହୋରାତ୍ର।ବିଶାଖା ପ୍ରାତଃ ୦୭:୨୨:୦୪ ଗତେ ଅନୁରାଧା, ନିଶାନ୍ତ ୦୫:୧୯:୧୦ ଗତେ ଜ୍ୟେଷ୍ଠା ନକ୍ଷତ୍ର। ଉତ୍କଳ ଦିବସ (ତା୦୧-୦୪-୧୯୩୬), ଅନ୍ତର୍ଜାତୀୟ ନିର୍ବୋଧ ଦିବସ, ନୂତନ ଆର୍ଥିକ ବର୍ଷ ଆରମ୍ଭ, ପଦ୍ମଭୂଷଣ ଡ. ପ୍ରାଣକୃଷ୍ଣ ପରିଜା ଜୟନ୍ତୀ (ତା୦୧-୦୪-୧୮୯୧)। ଡ. ହେଡ୍ଗେଓ୍ୱାରଙ୍କ ଜୟନ୍ତୀ (ତା୦୧-୦୪-୧୮୮୯)। ଚତୁର୍ଥୀ ତିଥିରେ ମୂଳା ଏବଂ ଦିବା ୧୧:୦୦:୦୮ ଗତେ ପଞ୍ଚମୀ ତିଥିରେ ବେଲ ଓ ପଣସ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।