ଡାବୁଗାଁ ମାଟିରେ ପୁଣିଥରେ ଛୁଇଁଲା କରୋନା

ଡାବୁଗାଁ ବ୍ଲକ:-ବର୍ଷେ ପରେ ପ୍ରଥମ ଥର ପାଇଁ ଡାବୁଗାଁ ବ୍ଲକର ଡଙ୍ଗରିଗୁଡା ପଞ୍ଚାୟତ ଠାରେ କରନା ପଜିଟିବ ଛିନ୍ନଟ ହୋଇଥିବାରୁ ବର୍ତ୍ତମାନ ଡାବୁଗାଁ ବସି ପୁରା ଭୟଭୀତ ଅବସ୍ଥାରେ ଅଛନ୍ତି ।ଡାବୁଗାଁ ସଦର ମହକୁମାରେ କରନା ପଜେଟିବ ଚିନ୍ନଟ ହେବା ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡ ବାଥର କାରଣ ହୋଇଯାଇଛି ।ଡାବୁଗାଁ ମେଡିକାଲରେ କାର୍ଯ୍ୟରତ ଷ୍ଟାଫ ନର୍ସ ସୌଦାମିନୀ ସାହୁଙ୍କ କ୍ୱାଟର କୁ କଣ୍ଟେନମେଣ୍ଟ ଜନ (containment zone) ଘୋଷଣା କରାଯାଇଛି ।ଏହା ଆସନ୍ତା ୧୧/୦୪/୨୦୨୧ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ବଳବତ୍ତର ରହିବ ବଲି ସୁଚନା ମିଳିଛି । ଯାହାବି ହେଉ ଆଗାମୀ ଦିନରେ ଡାବୁଗାଁବସି କୁ ଆହୁରି ସତର୍କ ରହିବାକୁ ପଡିବ । ଏବଂ ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ପଡିବ। କାରଣ ଡାବୁଗାଁ ଅଞ୍ଚଳରେ ଅଧିକାଂଶ ଲୋକ ମାସ୍କ ବ୍ୟବହାର କରୁ ନାହାନ୍ତି,କି ଦୋକାନ ବଜାରରେ ସାମାଜିକ ଦୂରତା ମନୁ ନାହାନ୍ତି । ମାସ୍କ ବ୍ୟବହାର କରିବା ପ୍ରାୟତଃ ଭୁଲି ଗଲେଣି କହିଲେ ଚାଲେ ।

Comments
Loading...