ସହାୟତା ଅପେକ୍ଷାରେ ଜୟକୃଷ୍ଣ ଶବର

ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଫୁଲଝର ଗ୍ରାମ ର ଦେବରାଜ ଶବର ନିହାତି ଗରିବ ଶ୍ରେଣୀର। ପରିବାର ରେ ଛଅ ପ୍ରାଣୀ।ଦି ପଇସା ଅଧିକ ରୋଜଗାର ଆଶାରେ ସୂଦୁର ତେଲେଙ୍ଗାନା କୁ ଦାଦନ ସର୍ଦ୍ଦାର୍ ମୁଜିବ ଖାନ୍ ଙ୍କ ସହାୟତା ରେ ଯାଇଥିଲେ। ସବୁ ଠିକ୍ ଠାକ୍ ଚାଲିଥିଲାବେଳେ ହଠାତ୍ ବଡ ପୁଅ ଜୟକୃଷ୍ଣ ଶବର ଙ୍କ ଦେହ ଅସୁସ୍ଥ ହେବାରୁ ସେଠାରେ ଡ଼ାକ୍ତର ଙ୍କୁ ଦେଖାଇଥିଲେ ଡାକ୍ତର ଜୟକୃଷ୍ଣ ଙ୍କର ଲିଭର ଖରାପ ହୋଇଛି ଏବଂ ଚିକିତ୍ସା ପାଇଁ ତିନି ଚାରି ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ।ଏହା ଦେଖି ଭାଟି ମାଲିକ ଜୟକୃଷ୍ଣ ଏବଂ ତାଙ୍କ ମାଁ ଦେବକୀ ଶବର ଙ୍କୁ ତାଙ୍କ ଘର ଫୁଲଝର କୁ ପଠାଇ ଦେଇଥିଲେ। ଏଠାକୁ ଆଣି ମାଁ ଦେବକୀ ପୁଅକୁ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନା କୁ ନେଇଥିଲେ ସେଠାରେ ମଧ୍ୟ ଡାକ୍ତର ଲିଭର୍ ଖରାପ୍ ଥିବା କହିଥିଲେ ଏବଂ ଚିକିତ୍ସା ପାଇଁ ବହୁତ ଅଧିକ ଅର୍ଥ ର ଆବଶ୍ୟକତା ପଡ଼ିବ ବୋଲି କହିବାରୁ ଅନ୍ୟ ଉପାୟ ନପାଇ ଘରକୁ ପୁଅକୁ ଫେରାଇ ଆଣିଥିଲେ।

ଏବେ ଜୟକୃଷ୍ଣ ଙ୍କର ଅବସ୍ଥା ବହୁତ ଜଟିଳ ହେବାକୁ ଲାଗିଛି ଖାଇ ପାରୁନାହାଁନ୍ତି,ଶୋଇ ପାରୁନାହାନ୍ତି,ଚଲାବୁଲା କରି ପାରୁ ନାହାଁନ୍ତି। ଦେବକୀ ଶବର ଗୁହାରି କରିଛନ୍ତି ଯଦି ଇଟାଭାଟି ମାଲିକ ତାଙ୍କ ସ୍ବାମୀ ଙ୍କୁ ଛାଡି ଦିଅନ୍ତି ତାହେଲେ ସେ କିଛି ଅର୍ଥ ର ବନ୍ଦୋବସ୍ତ କରିପାରନ୍ତେ।ସେ ଜଣେ ସ୍ତ୍ରୀ ଲୋକ ହୋଇ ଏତେ ଟଙ୍କା କେଉଁଠାରୁ ଯୋଗାଡ଼ କରିବେ। ତେଣୁ ସେ ପ୍ରଶାସନ ଏବଂ ସହୃଦୟ ବ୍ୟକ୍ତି ମାନଙ୍କୁ ନିବେଦନ କରିଛନ୍ତି ତାଙ୍କୁ ସହାୟ ହୁଅନ୍ତୁ ଭେଣ୍ଡିଆ ପୁଅଟିର ଜୀବନ ରକ୍ଷା କରନ୍ତୁ। ଯେଉଁ ସହୃଦୟ ବ୍ୟକ୍ତି ବିଶେଷ ମାନେ ସହାୟତା କରିବାକୁ ଆଗ୍ରହୀ ସେମାନେ ୯୯୩୮୮୭୪୭୩୬ ନମ୍ୱର୍ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ।

Comments
Loading...