ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା କରି ଅଡ଼ୁଆରେ ବିଜେଡି ନେତା

ନବରଙ୍ଗପୁର ଜିଲ୍ଲା (ଡାବୁଗାଁ):-ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା ଥିବା ନେଇ ଏତଲା ଦେଲେ ଡାବୁଗାଁ ବ୍ଲକ କଂଗ୍ରେସ ଡାବୁଗାଁ , ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା କରି ଜିଲା ବିଜେଡି ସଂଯୋଜକ ଏବେ ଅଡୁଆରେ। ଜିଲା ସଂଯୋଜକ ପ୍ରମୋଦ ପାଢୀଙ୍କ ଗିରଫ ଦାବି କରି ଡାବୁଗାଁ କଂଗ୍ରେସ ର କର୍ମୀ ମାନେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୬ରେ ନବରଙ୍ଗପୁର ଏମ୍‌ପି ରମେଶ ମାଝିଙ୍କ ବାସ ଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ସେଠାରେ ଜିଲା ସଂଯୋଜକ ପ୍ରମୋଦ ପଢି ଏମ୍‌ପି ରମେଶ ମାଝିଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ କଂଗ୍ରେସ ଏହାକୁ ନାପସନ୍ଦ କରିଛି। ଏନେଇ ଶନିବାର ଡାବୁଗାଁ ର କଂଗ୍ରେସ କର୍ମୀ ଡାବୁଗାଁ ଥାନାରେ ଏକ ଏତଲା ଦେଇଛି । ଏହି ଏତଲା ଦେବା ସମୟରେ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ ,ଉପସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା , ବାବି ଜେନା , ବ୍ଲକ ଚେୟାରମ୍ୟାନ ବଂଶୀଧର ମାଝୀ , ବ୍ଲକ ଯୁବ କଂଗ୍ରେସ ସଭାପତି ପିଣ୍ଟୁ ଜେନା କର୍ମୀ ଭଗବାନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Loading...