ଡାବୁଗାଁ ବ୍ଲକ ବୋରିଗାଁ ମଣ୍ଡଳ ରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ମଣ୍ଡଳ ରେ ବିଜେପି ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମଣ୍ଡଳ ସଭାପତି ଭାଷ୍କର ସୁନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ ଓ ଦଳର ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ବିଜେପି ର ଗଠନ ଓ ରାଷ୍ଟ୍ର ପ୍ରତି ସଂଗଠନ ର ଦାୟିତ୍ଵ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡଙ୍ଗରିଗୁଡା ପଞ୍ଚାୟତ ପ୍ରମୁଖ ନରୁ ସିଂ, ନର ପୂଜାରୀ , ବିନୋଦ ସାନ୍ତା, ଭୂବନ ସାନ୍ତା, ପର୍ଶୁରାମ ପୂଜାରୀ ଏବଂ ଶତାଧିକ ବିଜେପି କର୍ମୀ ଯୋଗଦେଇ ଥିଲେ। ଖୁଟଗୁଡା ଗ୍ରାମ ରେ ଅତିଥି ମାନଙ୍କ ଭୋଜନ ବ୍ୟବସ୍ଥା କରାଯାଇଥିଲା। ବୈଠକ ରେ ଗ୍ରାମବାସୀ ମାନଙ୍କ ସମସ୍ୟା ଗୁଡ଼ିକ ର ସମାଧାନ ପାଇଁ ଆଲୋଚନା କରାଯାଇଥିଲା। ଭୋଜନ ପରେ ଦଳର ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ବିଭିନ୍ନ ପଞ୍ଚାୟତ କୁ ଯାଇ ବିଜେପି କର୍ମୀ ମାନଙ୍କୁ ମିଶି ଅଞ୍ଚଳ ବିକାଶ ପାଇଁ ଆଲୋଚନା କରିଥିଲେ।

Comments
Loading...