ଆଜିର ରାଶିଫଳ ଗୁରୁବାର ୦୮ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବେ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ବିଦେଶକୁ ଯାତ୍ରା କରିବାର ଯୋଗ ରହିଛି । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଭଲ ଖାଦ୍ଯ ଓ ବ୍ଯାୟାମ କରିବା ଫଳରେ ଆପଣଙ୍କ ଶରୀର ଭଲ ରହିବ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ସେଥି ପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ନିଜ ବଡ ଭାଇ ଭଉଣୀଙ୍କ ସହ ଯୋଗ ମିଳିବା ଦ୍ଵାରା ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଚି ପାରିବେ ।
ମିଥୁନ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ । ସେଥି ପାଇଁ ନିଜକୁ ଧନ୍ଯ ମନେ କରିବେ । ଘରର ସାଜସଜାରେ ଅଧିକ ପଇସା ଖର୍ଚ୍ଚ କରିବେ । ତେଣୁ ସେଥି ପ୍ରତି ସତର୍କ ରୁହନ୍ତୁ । ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଯାହା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳ ଆଣିଦେବ । ଚାକିରୀ କରିଥିବା ବ୍ୟକ୍ତିଙ୍କୁ ନୂଆ ପଦ ମିଳିପାରେ । ପ୍ରେମ କରୁଥିବା ବ୍ୟକ୍ତି ନିଜ ସାଥୀଙ୍କୁ ମନ କଥା କହିବା ପାଇଁ ଆଜି ଦିନଟି ଭଲ ଅଟେ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ ।
ସିଂହ: ଏହି ରାଶିର ଲୋକମାନଙ୍କର ଚାକିରିରେ ନୂଆ ପଦ ମିଳିବା ଆଶଙ୍କା ରହିଛି । ଆକସ୍ମିକ ଭାବେ କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । ସାନ୍ତା ମାନଙ୍କ ଯୋଗୁ ଆପଣଙ୍କ ଘରର ମାହୋଲ ଖୁସିରେ ରହିବ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଭଲ ବୁଝାମଣା ରହିବା ସହ ଦୁହିଙ୍କ ସମ୍ପର୍କରେ ମଧୁରତା ଆସିବ । ଦୁହେ ପରସ୍ପର ସହ ଅଧିକ ସମୟ ବିତାଇବାକୁ ମଉକା ପାଇବେ । ଆଜି ଆପଣଙ୍କର କୌଣସି ଜିନିଷ ଚୋରୀ ହୋଇପାରେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ ।
ତୁଳା: ଏହି ରାଶିର ଲୋକମାନଙ୍କର ଦାଂପତ୍ଯ ଜୀବନରେ ସୁଖ ସମୃଦ୍ଧିର ବିକାଶ ହେବ । ବ୍ୟବସାୟରେ ସଫଳତା ମିଳିବ । ବିଦେଶକୁ ଯାତ୍ରା କରିବାର ସମ୍ଭାବନା ରହିଛି । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ମହିଳା ମାନେ କୌଣସି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ନିଜ ଠାରୁ ବଡ ଗୁରୁଜନ ମାନକ ସହ ଯୋଗୁ ଆଜି ଆପଣଙ୍କୁ ମିଳିପାରେ । ଏହି ସୁଯୋଗର ଫାଇଦା ଉଠାନ୍ତୁ । ଭାଇ ଭଉଣୀ ମାନଙ୍କର ସାହାଜ୍ଯ ମିଳିପାରେ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସମାଜରେ ଆପଣକ ମାନ ସମାନର ମାନ ବଢିବ । ନିଜ ପରିବାର ଲୋକଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ଧନୁ: ଏହି ରାଶିର ଲୋକମାନଙ୍କର ଦିନଟି ସାମାନ୍ଯ ରହିବ । କର୍ମ କ୍ଷେତ୍ରରେ କିଛି ସମସ୍ଯା ହୋଇପାରେ । ସେଥି ପାଇଁ ଆପଣ ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ଭଲ ସମୟ ବିତାଇବା ସହ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଧନ ଳଭଦ୍ର ଯୋଗ ରହିଛି । ଘରକୁ ଅତିଥି ଆସିଥିବାରୁ ମହିଳା ମାନେ ଆଜି ବ୍ୟସ୍ତ ରହିବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ । ସାନ୍ତା ମାନଙ୍କ ପାଇଁ ଆପଣ କୌଣସି ଖୁସି ଖବର ପାଇ ପାରନ୍ତି ।
କୁମ୍ଭ:ଏହି ରାଶିର ଲୋକଙ୍କର ଧ୍ୟାନ ନିଜ ସ୍ଵପ୍ନରେ ରହିବ । କର୍ମ କ୍ଷେତ୍ରରେ ଆପଣ ସଫଳ ହେବେ । ନିଜ ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଭଲ ସମ୍ପର୍କ ରହିବ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀଙ୍କର ସହ ଯୋଗ ମିଳିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଛାତ୍ରମାନେ ନିଜ ଦକ୍ଷତାର ପରିଦର୍ଶନ କରିବେ ଓ ସେଥିରେ ସଫଳ ମଧ୍ୟ ହେବେ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...