ଆଜିର ରାଶିଫଳ ଶନିବାର ୧୦ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ । ଆପଣ ଆଜି ନିଜ ପରିବାର ଲୋକଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଛାତ୍ରମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ମହିଳାମାନେ ଘରର କୌଣସି କାମରେ ବ୍ୟସ୍ତ ରହିବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାରେ ପଡି ପାରନ୍ତି । କୌଣସି ମହାନ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିପାରେ । ଯାହାକୁ ଆପଣ ଅନୁସରଣ କଲେ ନିଜ ଜୀବନରେ ସଫଳତା ପାଇ ପାରିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଅନ୍ୟମାନଙ୍କର ମଧ୍ୟ ଧ୍ୟାନ ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସହଯୋଗୀ ମାନଙ୍କର ସମର୍ଥନ ମିଳିବ ।
ମିଥୁନ: ଏହି ରାଶିର ଲୋକମାନେ ଆଜି ମିଠା ବଚନ ପାଇଁ ସମସ୍ତଙ୍କ ହୃଦୟରେ ନିଜର ସ୍ଵତନ୍ତ୍ର ସ୍ଥାନ କରିପାରିବେ । କର୍ମ କ୍ଷେତ୍ରରେ ନୂଆ ପଦ ମିଳିବାର ଆଶଙ୍କା ରହିଛି । ବ୍ୟବସାୟ କରୁଥିବା ଲୋକଙ୍କର ଭଲ ଲାଭ ମିଳିବ । ପରିବାରର କୌଣସି ସମସ୍ଯା ଯୋଗୁ ଆପଣ ଚିନ୍ତିତ ରହିବେ । ସେଥି ପାଇଁ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନ ମାନଙ୍କ ପାଇଁ ଆଜି ଦିନଟି ଭଲ ନୁହେଁ । ସେଥିପାଇଁ ଜଗି ରଖି ଚଳନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଗୌରବର ମାନ ବଢିବ । ଦାଂପତ୍ଯ ଜୀବନରେ କିଛି ଭୁଲ ବୁଝାମଣା ରହିବ ଯାହା ଫଳରେ ଆପଣ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ବଚନ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ନିଅନ୍ତୁ । ଯାହା ଫଳରେ ଆପଣ ନିଜ ଜୀବନରେ ଆଗକୁ ବଢି ପାରିବେ ।
ସିଂହ: ଏହି ରାଶିର ଲୋକମାନଙ୍କର ଭାଗ୍ୟ ପୁରା ସାଥ ଦେବ । ମହିଳାମାନେ ଘରର ସାଜସଜାରେ ନିଜକୁ ବ୍ୟସ୍ତ ରଖିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବା ସହ ଦୂର ଜାଗାକୁ ଯାଇ ପାରନ୍ତି । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଭାଇ ଭଉଣୀ ମାନଙ୍କର ସହ ଯୋଗ ମିଳିବ । ଆଜି ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଚାକିରି କରିଥିବା ଲୋକମାନଙ୍କୁ ନୂଆ ପଦ ମିଳିବ । ନିଜ ଜୀବନରେ ଆଗକୁ ବଢିବା ପାଇଁ ଅଧିକ ପରିଶ୍ରମ କରନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ତୁଳା: ଏହି ରାଶିର ଲୋକମାନଙ୍କର ସନ୍ତାନମାନେ ବହୁତ ଖୁସିରେ ରହିବେ ଓ ଈଶ୍ବରଙ୍କ କୃପା ପାଇବେ । ବିଦ୍ୟାର୍ଥୀମାନେ ନିଜ ପରିଶ୍ରମର ଫଳ ପାଇବେ । ନିଜ ମନ ଭିତରେ ଥିବା ଡରକୁ ପଛରେ ପକାଇ ନିଜ ଜୀବନରେ ବଢିବାକୁ ଆଗକୁ ପ୍ରୟାସ କରନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୌଣସି ଦୂର ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଅଫିସରେ କାମ କରୁଥିବା ଲୋକମାନେ ନିଜ ସହ ଯୋଗୀ ମାନଙ୍କର ସାହାଜ୍ଯ ପାଇବେ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ଆପଣ ଆଜି ପୂଜା ପାଠରେ ନିଜକୁ ବ୍ୟସ୍ତ ରଖିବେ । କୌଣସି କାରଣରୁ ଆପଣ ଆଜି ମାନସିକ ଚିନ୍ତାରେ ରହିବେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।
ଧନୁ:ଏହି ରାଶିର ଲୋକମାନଙ୍କର ଦିନଟି ଉତ୍ତମ ଧରଣର ରହିବ । ଆଜି ଆପଣଙ୍କ ସାହସ ଓ ପରାକ୍ରମର ପରୀକ୍ଷା କରାଯିବ । ସେଥିରେ ଆପଣ ସଫଳ ମଧ୍ୟ ହେବେ । କୌଣସି କାରଣରୁ ଆପଣ ଚିନ୍ତି ରହିବେ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ଆନନ୍ଦର ମଜା ନିଅନ୍ତୁ । ଧନ ଲାଭର ଆଶଙ୍କା ରହିଛି । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ସମାଜରେ ଆପଣଙ୍କର ମାନ ସମାନ ଗୌରବ ବଢିବ ।
କୁମ୍ଭ:ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ । ଚାକିରି କରିଥିବା ଲୋକମାନେ ନିଜ ପରିଶ୍ରମର ଫଳ ପାଇବେ । ପରିବାରରେ କୋଣସି କାରଣରୁ ଭାଇ ଭଉଣୀଙ୍କ ସହ ଝଗଡା ହୋଇପାରେ । ସେଥି ପାଇଁ ସତର୍କ ରୁହନ୍ତୁ । କାନୁନି ମାମଲାରେ ଜଡିତ ଲୋକମାନଙ୍କର ସମସ୍ଯା ଆଜି ସମାଧାନ ହେବ । ବ୍ୟବସାୟରେ ଭଲ ଲାଭ ମିଳିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଛାତ୍ରମାନେ ମନ ଦେଇ ପାଠ ପଢନ୍ତୁ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...