ନିଜ ଜନ୍ମଦିନରେ ନେଇଛନ୍ତି ବଡ଼ ନିଷ୍ପତ୍ତି ମୃତ୍ୟୁ ପରେ ଶରୀର ଦାନ କରିବେ ଉମାକାନ୍ତ

ନବରଙ୍ଗପୁର 10/4 :-ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗବେଷଣା ଓ ଅନ୍ୟକୁ ସାହାର୍ଯ୍ୟ କରିବା ଉଦ୍ଧେଶ୍ୟର ନିଜ ଶରୀର ଦାନ କରିଛନ୍ତି ଯୁବକ ମୁତ୍ୟୁ ପରେ ତାଙ୍କର ଅଙ୍ଗକୁ ଅନ୍ୟମାନଙ୍କ ଠାରେ ପ୍ରତ୍ୟାରୋପଣ କରିବାକୁ କହିଛନ୍ତି । ଏହି ଯୁବକ ହେଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ଗାଁର ଚାଷୀ ଦିନବନ୍ଧୁ ବିଷୋୟୀ ଓ ସୁକୁନ୍ତଳାଙ୍କ ପୁଅ ଉମାକାନ୍ତ *ବଡ଼ି ଏଣ୍ଡ ଅର୍ଗIନ ଡୋନର ସୋସାଇଟି ଅଫ, ଇଣ୍ଡିଆ* ସହ ଉମାକାନ୍ତ ନାମ ପଞ୍ଜିକରଣ କରିଥିବା ବେଳେ ଶନିବାର ନିଜ 30ତମ ଜନ୍ମଦିନରେ ସର୍ବସାଧାରଣଙ୍କ ଅବଗତ ପାଇଁ ସେ ଏହା ଘୋଷଣା କାରିଛନ୍ତି । ଏବିଷୟରେ ଉମାକାନ୍ତଙ୍କୁ ପଚାରିବାରୁ ପ୍ରତିକ୍ରିୟାରେ କହିଛନ୍ତି ସାଧାରଣ ତ ମୁତ୍ୟୁପରେ ଶରୀର କାହା କାମରେ ଲାଗୁନି ପାରମ୍ପରିକ ଅନ୍ତେଷ୍ଟି କ୍ରିୟାରେ ଜଳିପୋଡ଼ି ନଷ୍ଟ ହୋଇଯାଉଛି I କିନ୍ତୁ ମୃତକଙ୍କ ଅଙ୍ଗ ଅନ୍ୟା ମାନଙ୍କଠାରେ ପ୍ରତ୍ୟାରୋପଣ କରାଯାଇ ପାରୁଛି ଆଧୁନିକ ଚିକିତ୍ସା ବିଜ୍ଞାନ ଏହାକୁ ସମ୍ଭବ କରିବା ସହ ରୋଗୀଙ୍କୁ ନୂଆ ଜୀବନ ଦେଇପାରୁଛି ତେଣୁ ସେ ଏଭଳି ନିସ୍ୱତୀ ନେଇଛନ୍ତି I ଜିନ ଶରୀର ଅନ୍ୟା ପାଇଁ ଦାନ କରିବାକୁ ନିଷ୍ପତି ନେଇ ସେ ଗର୍ବତ ବୋଲି କହିଛନ୍ତି Iସୂଚନାଯୋଗ୍ୟ. ଉମାକାନ୍ତ ଏବେ ପ୍ରାଇଭେଟ କମ୍ପାନୀ ଠାରେ ଗୋନ ମେନ ଭାବରେ ନିୟଜିତ ଅଛନ୍ତି ।

Comments
Loading...