ଡାବୁଗାଁ ଅଞ୍ଚଳରେ ଦିନକୁ ଦିନ ବଡିଚାଲିଛି ନାବାଳିକା ଅପହରଣ ଓ ଦୁଷ୍କର୍ମ

ନବରଙ୍ଗପୁର (ଡାବୁଗାଁ):-ଡାବୁଗାଁ ଅଞ୍ଚଳରେ ଦିନକୁ ଦିନ ବଢ଼ିଚାଲିଛି ନାବାଳିକା ଅପହରଣ ଓ ଦୁଷ୍କର୍ମ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ କାରାଗାଁ – ୧୮ ଗ୍ରମରେ । ଗ୍ରାମର ଏକ ନାବାଳିକା ଙ୍କୁ ଅପହରଣ କରିବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ୩ ଜଣ ଙ୍କୁ ଜେଲ କାରାଦଣ୍ଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଯୋଗ୍ୟ :- ଗତ ୪/୪/୨୦୨୧ ତାରିଖ ଦିନ ରାତ୍ରି ରେ କାରାଗାଁ ଗ୍ରାମର ପ୍ରଭାସ ଗାଇନ ଙ୍କ ନାବାଳିକା ଝିଅ ନିଜ ଗାଁ ପାଖ କମ୍ୟୁନିଟି ସେଣ୍ଟର ପାଖରେ ଚାଲିଥିବା ନାମଯଜ୍ଞ ପାଖକୁ ଯାଇଥିଲା । ସେହିସମୟରେ ଗୋଟିଏ ମୋଟର ସାଇକେଲ ଯୋଗେ ୩ ଜଣ ଯୁବକ ଆସି ଝିଅକୁ ଅପହରଣ କରି ନେଇ ଉମରକୋଟ ସ୍ଥିତ ଏକ ବନ୍ଦ କୋଠାଘର ର ଏକ କୋଠରୀରେ ନାବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ବାପା ପ୍ରଭାସ । ଅଭିଯୋଗ କୁ ଭିତି କରି ଅଭିଯୁକ୍ତ ୩ ଜଣ ଙ୍କୁ ପୋଲିସ ଖୋଜି ବାହାର କରି କୋର୍ଟ ଚାଲାଣ କରି ଜଣକୁ ନବରଙ୍ଗପୁର ଜେଲ ପଠାଇଥିବା ବେଳେ ଆଉ ୨ ଜଣ ଅଭିଯୁକ୍ତ କୁ ବ୍ରହ୍ମପୁର ଜେଲ କୂ ପଠାଇଥିବା ସୂଚନା ମିଳିଛି । ଏହି ୩ ଜଣ ଅପରାଧୀ ହେଲେ ଆଜାଦ ଖାନ (୧୯), ଆସଯଦ ଖାନ (୧୮) ଓ ସେଫ ଖାନ (୧୬) ।ଏପରି ଭାବରେ ଦିନକୁ ଦିନ ନାବାଳିକା ଅପହରଣ ସହ ଦୁଷ୍କର୍ମ ବଢୁ ଥିବାରୁ ଜନସଧାରଣ ଚିନ୍ତିତ ଜଣାପଡିଛି ।

Comments
Loading...