ସହଯୋଗର ହାତ ବଡେଇଲେ ଥାନା ଅଧିକାରୀ

ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକ ଅନ୍ତର୍ଗତ ପାହାଡିଆ ଅଞ୍ଚଳରେରେ ବସବାସ କରନ୍ତି ଗୈାରୀ ପାଙ୍ଗି lପିଲାଟି ଦିନରୁ ପାଠ ପଢିବାର ଭାରି ଇଚ୍ଛା ମାତ୍ର ବାପା ଛେଉଣ୍ଡ ଝିଅ ଏହା କିପରି କରି ପାରିବ l ଝିଅର ଇଚ୍ଛା ପୂରଣ କରିବା ଲାଗି ମା ଅନ୍ୟର ଘରେ ଦିନ ମଜୁରୀ କାମ କରନ୍ତି l ଝିଅର ପାଠ ତା ସହ ଘର ଚଳେଇବା ବର୍ତ୍ତମାନ ସମୟରେ ବହୁତ କଷ୍ଟ ବିଷୟ l ଗୈାରୀ ପାଠ ପ୍ରତି ଆଗ୍ରହ ଖବର ଜାଣିବା ପରେ କୁଡୁମୁଲୁଗୁମ୍ମା ଥାନା ଅଧିକାରୀ ତାକୁ ଯୁକ୍ତ ୩ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ଲକ ଡାଉନ ସବୁ କ୍ଷେତ୍ରରେ online ପାଠ ପଢା ହେଉଛି l ତେଣୁ ପୋଲିସ ଅଧିକାରୀ ଗିରୀଶ ଚନ୍ଦ୍ର ମହାରଣା ତାକୁ ଏକ ମୋବାଇଲ ହ୍ୟାଣ୍ଡସେଟ ଦେବା ସହ ଛାତ୍ରୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଲେଜ ରେ ନାମ ଲେଖିବା ଓ ମୋବାଇଲ ପାଇବା ପରେ ଗୈାରୀ ବହୁତ ଖୁସି ବୋଲି କହିଁଛନ୍ତି ।

Comments
Loading...