ବୁଢ଼ାପାଳ ଗ୍ରାମବାସୀ ପାଣି ସପ୍ଲାଇରୁ ବଞ୍ଚିତ

ଲୋକେ ଯେମିତି ମୌଳିକ ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ ସେଥିପାଇଁ ସରକାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଅଟକଳ ବ୍ୟୟ ରାଜ ବାଟିରୁ ଖର୍ଚ୍ଚ ହେଉଛି ଅନେକ ଟଙ୍କା କିନ୍ତୁ ସାଧାରଣ ଜନତା ଏହି ସୁବିଧା ଗୁଡିକରୁ ବଞ୍ଚିତ ହେଉଛନ୍ତି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢ଼ାପାଳ ପଞ୍ଚାୟତ ବୁଢ଼ାପାଳ ଗ୍ରାମରେ ଏଠାରେ ଗ୍ରାମବାସୀଙ୍କ ପାନୀୟ ଜଳ ଯୋଗାଣର ସୁବିଧା ପାଇଁ ତିଆରି ହୋଇଛି ୫୦ ହଜାର କ୍ଷମତା ଓଭର ହେଡ ପାଣି ଟାଙ୍କି । କିନ୍ତୁ ଏହା ଏବେ ଅଚଳ ହେବା ସହିତ ସମାନ ବୋଲି ଗ୍ରାମବାସୀଙ୍କ ମତ ରହିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ବିଛା ଯାଇଥିବା ପାଇପ ଗୁଡିକ ବହୁ ଯାଗାରେ ଫାଟି ପଡିଛି ତ ଆଉ କିଛି ଯାଗାରେ ଟ୍ୟାପ ଗୁଡିକ ନଷ୍ଟ ହୋଇ ଅନବରତ ପାଣି ବାହାରି ନଷ୍ଟ ହେଉଛି । ଯାହା ଫଳରେ ଅନେକ ଲୋକ ଏହାର ସୁବିଧା ପାଇ ପାରୁ ନାହାନ୍ତି । ବିଭିନ୍ନ ଯାଗାରେ ପାଇପ ଗୁଡିକ ଫାଟି ଯିବା କାରଣରୁ ଅନେକ ଗୁଡିଏ ଘର ଓ ସାହିକୁ ପାଣି ପହଁଞ୍ଚି ପାରୁନି ଏଥିପାଇଁ ଗ୍ରାମବାସୀ ବିଭିନ୍ନ ମହଲରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଏହା ଉପରେ ଗୁରୁତ୍ବ ଦେଉ ନଥିବା ଗ୍ରାମବାସୀ ଆମ ଗଣ ମାଧ୍ୟମ ଆଗରେ କହିଛନ୍ତି ।

Comments
Loading...