ଗଞ୍ଜେଇ ଚାଲାଣର 6 ଅଭିଯୁକ୍ତ ଗିରଫ

ଗଞ୍ଜେଇ ବେପାରି ନିଜକୁ ଯେତେ ଚାଲାକ ଭାବିଲେ ମଧ୍ୟ ପୋଲିସ ପାଖରେ ହାର ମାନିଛି ତାଙ୍କର ସବୁ ଉପାୟ l ଯାହା ଆଜି ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ କରିଥିବା ଦେଖାଯାଇଛି l ଗଞ୍ଜେଇ ଚୋରା ଚାଲାଣ ଖବର ପାଇଁ ଏସଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଓରକେଲ ପୋଲିସ ର ଏକ ଟିମ କରି ଏମଭି-୧୨୦ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ l ପେଟ୍ରୋଲିଂ ସମୟରେ ବେଜାଙ୍ଗିୱାଡା ମୁଖ୍ୟ ରାସ୍ତାର ସିନ୍ଧିଘାଟା ଗ୍ରାମ ନିକଟରେ ୬ ଜଣ ବ୍ୟକ୍ତି କିଛି ବସ୍ତା ଧରି ଛିଡା ହୋଇ ଥିବାର ଦେଖିଥିଲେ । ପୋଲିସ ର ଗାଡି କୁ ଦେଖି ଉକ୍ତ ବ୍ୟକ୍ତି ମାନେ ଛତ୍ରଭଙ୍ଗ ଦେବା ସମୟରେ ପୋଲିସ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ପରେ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ କୋରୁକୋଣ୍ଡା ନିକଟରୁ ଗିରଫ କରିଥିଲା ।ଗିରଫ ବ୍ୟକ୍ତି ମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସାପଲୁର ଅଞ୍ଚଳର ସର୍ବରାମ ରାଓ ବୟସ 32, ପରୀ ନାଗେଶ ରାଓ ବୟସ 20, ସୋମା କୁଟୁମା ବୟସ 30 ଏବଂ ନାଗେଶ କସା 26 l ଗିରଫ ଅନ୍ୟ ୨ ବ୍ୟକ୍ତି ହେଲେ ଏମଭି-୧୨୩ ରଞ୍ଜନ ସରକାର ଓ ଏମଭି-୪୬ ଅଞ୍ଚଳର କାର୍ତ୍ତିକ ମଣ୍ଡଳ l ଜବତ 70 କିଗ୍ରା ଗଂଜେଇ ର ଆନୁମାନିକ ମୂଲ୍ୟ 1ଲକ୍ଷ 40 ହଜାର ହେବ ବୋଲି ଥାନା ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି ।

Comments
Loading...