ନିୟତିର ଏ କି ଲୀଳା ଭୋକ ଜ୍ବାଳା ମେଣ୍ଟାଇବା ପାଇଁ ରାସ୍ତା ଉପରେ ପଡ଼ିଥିବା ତରକାରି ଗୋଟାଇ ଖାଇଲେ ୭୦ ବର୍ଷ ବୟସ ବୃଦ୍ଧା ମହିଳା

ମୁଠାଏ ଦାନା ଖଣ୍ଡେ ପେଟକୁ ଦେବା ପାଇଁ ଲୋକେ କେତେ କଣ କାମ କରିଥାନ୍ତି ଦାନା ପାଇଁ ଅନ୍ୟାୟ କାମ କରିବାରେ ମଧ୍ୟ ଲୋକେ ପଛାଉ ନାହାନ୍ତି l ମାତ୍ର ଜଣେ ୭୦ ବର୍ଷ ବୟସ ବୃଦ୍ଧା ମହିଳା ଭୋକ ମେଣ୍ଟାଇବା ପାଇଁ ରାସ୍ତା ଉପରେ ପଡ଼ିଥିବା ତରକାରି ଗୋଟାଇ ଖାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଇଚ୍ଛା ନ ଥିଲେ ବି ରାସ୍ତାରେ ପଡିଥିବା ତରକାରୀ ଖାଇବାକୁ ପଡିଲା l ଏହା ହେଉଛି ମାଲକାନଗିରି ସଦର ମହକୁମାର ଦୃଶ୍ୟ l ଚାଲିବା ପାଇଁ ଶରୀରରେ ବଳ ପାଉନି, ଏମିତି ପରିସ୍ଥିତିରେ ଯିଏ ଯାହା ଦେଲା ସେଥିରେ ଗୁଜରାତ କରୁଛନ୍ତି। ସୂଚନା ଅନୁସାରେ କେହି ଜଣେ ଆଜି ବୃଦ୍ଧା ମହିଳାଙ୍କୁ ଖାଇବା ପାଇଁ ପୁରି ଏବଂ ତରକାରି ଦେଇଥିଲା। ଏହାକୁ ନେଇ ଘରକୁ ଯିବା ସମୟରେ ଥରଥର ହାତରୁ ଖସି ପଡ଼ିଥିଲା ପଲିଥିନ୍‌ରେ ରହିଥିବା ତରକାରି। ରାସ୍ତା ଉପରେ ପଡ଼ି ପ୍ୟାକେଟ୍ ଫାଟି ଚାରି ଆଡ଼କୁ ବୋହି ଯାଇଥିଲା ତରକାରି। ଇଚ୍ଛା ନ’ଥିଲେ ବି ଭୋକର ଜ୍ବାଳ ଏମିତି ଥିଲା ଯେ, ଆଉ କିଛି ବାଛ ବିଚାର ନକରି ସେଠାରେ ହିଁ ବସି ପଡ଼ିଥିଲେ ଖାଇବାକୁ । ବୃଦ୍ଧା ଜଣକ ଅନ୍ୟ ପ୍ୟାକେଟରୁ ପୁରି ବାହାର କରି ରାସ୍ତା ଉପରେ ପଡ଼ିଥିବା ତରକାରିରେ ଲଗାଇ ଖାଇବା ଆରମ୍ଭ କରିଥିଲେ। ବୃଦ୍ଧା ଜଣକ ଏତେ ଦୁର୍ବଳ ହୋଇଯାଇଛନ୍ତି ଯେ କଥା କହିବାକୁ ବି ବଳ ନାହିଁ। ଲୋକମାନେ ରାସ୍ତା ଉପରେ ପଡ଼ିଥିବା ତରକାରିକୁ ନ ଖାଇବା ପାଇଁ ଅନୁରୋଧ କରିବା ସତ୍ତ୍ବେ ସେ କାହା କଥା ଶୁଣି ନଥିଲେ l ଭୋକର ଜ୍ୱାଳା ସହିବ କିପରି ? ତେଣୁ ବୃଦ୍ଧା ଜଣକ ବାଧ୍ୟ୍ୟରେ ସେହି ପୁରୀ ତରକାରୀ ଖାଉଥିଲେ l

Comments
Loading...