ଗ୍ରାମବାସୀଙ୍କ ସହାୟତାରେ ୩ କାଠ ମାଫିଆ ଗିରଫ

ବନବିଭାଗ ଦ୍ୱାରା ଆୟୋଜିତ ହେଇଥିଲା ଜଙ୍ଗଲ ସୁରକ୍ଷା ଏବଂ ସଚେତନତା ବୈଠକ l ଗ୍ରାମବାସୀଙ୍କ ସହ ବନବିଭାଗ କର୍ମଚାରିଙ୍କ ଆଲୋଚନା ସମୟରେ ଖବର ପାଇଁ ଯାଇଥିଲେ ଜଙ୍ଗଲକୁ l ସେଠାରେ ପହଞ୍ଚି ଦେଖିବାକୁ ପାଇଲେ କିଛି ଅସାଧୁ ବ୍ୟକ୍ତି ଗ୍ରାମର ସଂରଖିତ ଜଙ୍ଗଲ ରୁ କାଠକାଟୁଛନ୍ତି l ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ପଟେରୁ ଥାନା ଅନ୍ତର୍ଗତ ହେଉଥିଲା ଏପରି ବେଆଇ ଗଛ କଟା l ଗଛ କାଟୁଥିବା ସମୟରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳେଇ ଯାଇଥିଲେ ।ବନବିଭାଗ କର୍ମଚାରୀ ପିଛା କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l କାଠ ମାଫିଆ ମାନେ ଏକ ବିରାଟ ଗଛକୁ କରତ ଏବଂ ଟାଙ୍ଗିଆ ସାହାଯ୍ୟରେ କାଟୁଥିଲେ l ଘଟଣା ସ୍ଥାନରେ ଥିବା ଦୁଇଟି ବାଇକ ଏବଂ କରତ, ଟାଙ୍ଗିଆ, ଶାବଳ କୁ ଜବତ କରିବା ସହ କାଲିମେଳା ରେଞ୍ଜ ଅଫିସକୁ ନେଇ ଏକ ମାମଲା ରୁଜୁ କରାଯାଇଥିଲା।

Comments
Loading...