ପୋଲିସ ର ମୁଣ୍ଡବ୍ୟଥା ବଢ଼ାଉଛନ୍ତି ବିଶୃଙ୍ଖଳିତ ବ୍ୟକ୍ତି ମନେ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ସରକାର ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଏସବୁ ନିୟମ ମାନୁ ନାହାନ୍ତି କିଛି ବିଶୃଙ୍ଖଳିତ ଲୋକ । କେବଳ ସେହି ମାନଙ୍କ ଯୋଗୁଁ ସ୍ଥାନୀୟ ପ୍ରଶାସନ ବା ପୋଲିସ ଭାଇ ମାନଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ନିୟମିତ ଭାବେ କେତେକ ସ୍ଥାନରେ ଜନଗହଳି ଦେଖିବାକୁ ମିଳୁଛି ।ଦୈନିକ ବଜାରରେ ମଧ୍ୟ କିଛି ଲୋକ ମାନେ ଦୂରତା ଅବଲମ୍ବନ ନ କରି ବ୍ୟକ୍ତି ଭିଡ଼ ଜମଉଛନ୍ତି । ସ୍ଥାନୀୟ ଅଞ୍ଚଳର ନାଗରିକ ମନେ ଯେଉଁମାନେ ସତପ୍ରତିସାଧ ନିୟମକୁ ମାନୁଛନ୍ତି ଏସବୁକୁ ଦେଖି ଭୟବିତ ଅବସ୍ଥାରେ ରହୁଛନ୍ତି ।ସ୍ଥାନେ ସ୍ଥାନେ ଜଣ ଗହଳି ଥିବା ଖବର ମିଳିବା ପରେ ପୋଲିସ ଯିବା ସମୟରେ ପୋଲିସ ଗାଡି ଦେଖିକି ବିଶୃଙ୍ଖଳା କାରୀ ମାନେ ଚମକାଦେଇ ସେହି ସ୍ଥାନରୁ ଖସି ପଳାଉ ଛନ୍ତି ଓ ପୋଲିସ ଗାଡି ଯିବା ପରେ ପୁଣି ସେହି ଭଳି ଭିଡ଼ ଜମାଉଛନ୍ତି।ଏହିସବୁ ଘଟଣା ପୋଲିସ ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡବ୍ୟଥା ବାଡାଉଛି ।


ଦେଶର ବର୍ତ୍ତମାନ କରନାର ଦୂତୀୟ ଲହରୀ ଚାଲିଛି ଏହି ଘଡିସନ୍ଧି ମୁହୂର୍ତ୍ତରେ ଖାଲି ପ୍ରଶାସନ ନୁହେଁ ସାଧାରଣ ଜନତା ମଧ୍ୟ ସଚେତନ ହେବକୁ ପଡିବ । ଦୁଃଖର ବିଷୟ ଡାବୁଗାଁ ର ସ୍ଥାନୀୟ କେତେକ ଅସାଧୁ ଲୋକମାନେ ନିୟମ ମନୁ ନାହାନ୍ତି ଏହାର କୁ ପରିଣତି ସମଗ୍ର ଡାବୁଗାଁ ବାସୀଙ୍କୁ ଭାଗିବାକୁ ପଡିବ । ଯେ ପର୍ଯ୍ୟନ୍ତ ସହରବାସୀ ହୋଉ ବା ଗ୍ରାମ ବାସୀ ମନେ ନିଜେ ସଚେତନ ରହିବା ସହ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ କୁ ସାହାଯ୍ୟ ସହଯୋଗ ନକରିବେ ,ସେତେଦିନ ପର୍ଯ୍ୟନ୍ତ ଆମେ ଏହି କରନା ମହାମାରୀ କୁ ରାକିବାରେ ସଫଳ ହେବା ନାହିଁ ।ବର୍ତ୍ତମାନ ଛଟ ଭୁଲ ମଧ୍ୟ ଆମପାଇଁ ବଡ ବିପଦ ଆଣିପାରେ ତେଣୁ ବର୍ତ୍ତମାନ ସଚେତନ ହୁଅନ୍ତୁ ଘରେରହି ପ୍ରଶାସନକୁ ସହଯୋଗ କରନ୍ତୁ ।ନଚେତ ପରିଣାମ ଭୟାବହ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।ଏଭଳି ପରିସ୍ଥିତିରେ ବିଶୃଙ୍ଖଳିତ ବ୍ୟକ୍ତି ମାନଙ୍କୁ ଆୟତ କରିବା ପାଇଁ ପ୍ରଶାସନ ପଲିସିକୁ ଖୁଲାଛୁଟ ଦେବାକଥା ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେବକଥା ।କାରଣ ପୋଲିସ ଅକ୍ସନମୋଡ଼ ରେ ନ ଆସିଲେ ଏହି ବିଶୃଙ୍କାଳିତ ବ୍ୟକି ମାନଙ୍କୁ ଆୟତ କରିହେବ ନାହିଁ ।

Comments
Loading...