ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା:ଦ୍ୱିତୀୟ ଦିନରେ କଡାକଡି ଯାଞ୍ଚ ସହ ଜୋରିମାନା ଆଦାୟ

ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବା ବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର କରୋନା କଟକଣାକୁ କଡାକଡି ପାଳନ ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦେଶ ମଧ୍ୟ ଦିଆଯାଇଛି । ଏପରିକି କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ନିର୍ଦେଶ ରହିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନି l ବାଲିଗୁଡ଼ା ଏନ୍‌ଏସିର ପାତ୍ର ସାହି ଓ ଟ୍ରେଜେରୀ କଲୋନୀରୁ ପଜିଟିଭ୍‌ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ । ଏଥିସହିତ ରାତ୍ରୀ କାଳୀନ କର୍ଫ୍ୟୁର ଦ୍ୱିତୀୟ ଦିନରେ ମଧ୍ୟ ସହରରେ ମାସ୍କ ଚେକିଂ ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଥିବା ସହ ଅମାନିଆଙ୍କ ନିକଟରୁ ଜୋରିମାନା ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶନିବାର ରାତିରୁ ସମଗ୍ର କନ୍ଧମାଳ ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇ ନାଇଟ କର୍ଫ୍ୟୁକୁ ସଫଳ କରିବାକୁ ରାତିସାରା ପୋଲିସ ଓ ପ୍ରଶାସନ ତରଫରୁ ପଇଁତରା ମାରି ଜନସାଧାରଣଙ୍କୁ ସଚେତନ କରାଉଛି l

Comments
Loading...