କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ମେ’ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଟିକା


ନୂଆଦିଲ୍ଲୀ: କରୋନା ଟିକା ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ମେ’ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଟିକା। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇବେ। ବାକି ୫୦ ପ୍ରତିଶତ ରାଜ୍ୟମାନଙ୍କୁ ଦେଇପାରିବେ ଉତ୍ପାଦକ। ଏଣିକି ରାଜ୍ୟମାନେ ସିଧାସଳଖ ଉତ୍ପାଦକଙ୍କଠାରୁ କିଣି ପାରିବେ କରୋନା ଟିକା। ଏ ନେଇ ଆଜି କେନ୍ଦ୍ର ସରକାର ଗୋଷଣା କରିଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ କରୋନା ଟିକା ଦିଆଯିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ମେ ୧ରୁ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେବେ। ଅର୍ଥାତ୍ ଏବେ କରୋନା ଟିକା ନେବାର ସର୍ବନିମ୍ନ ବୟସ ୧୮ ବର୍ଷ କରିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀ ମାନଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା ଦେଶବାସୀଙ୍କୁ ଆଶ୍ଵସ୍ତ କରିଛି।

Comments
Loading...