ନୂଆଦିଲ୍ଲୀ: ଆଗାମୀ ସାଢ଼େ ୩ ମାସ ଅର୍ଥାତ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଟିକାକରଣ ଅଭିଯାନ ଶେଷ ହେବ। ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଏହି ସମୟ ମଧ୍ୟରେ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦେଶବ୍ୟାପୀ ୧୦ ଲକ୍ଷରୁ ଅଧିକ ଟିକାକରଣ କେନ୍ଦ୍ର ଖୋଲାଯିବ। ଏହାବ୍ୟତୀତ ଘରେ ଘରେ ପହଞ୍ଚି ଲୋକଙ୍କୁ ଟିକା ଦଆଯିବା ଲାଗି ମଧ୍ୟ ବ୍ୟବସ୍ଥା ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ବିଶ୍ଵର ଅନ୍ୟାନ୍ୟ ଦେଶରେ ଯେଉଁ ଟିକା ଦିଆଯାଉଛି, ସେହି ଅନୁରୂପ ମାନକ ଥିବା ଟିକା ଭାରତରେ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।