ସ୍ବାଧିନତାର ୭୨/୭୪ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତାଟିଏ

ସ୍ବାଧିନତାର ୭୨/୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । କେଉଁଠି ଭଲ ପାଣିର ପିଇବା ଖାଇବାର ସମସ୍ୟା ରହିଛି ତ, ଆଉ କେଉଁଠି ଗାଁର ସାଧାରଣ ଲୋକେ ଯିବା ଆସିବା ପାଇଁ ଭଲ ରାସ୍ତାଟିଏ ନାହିଁ । ଆମେ ଆଜି ଯେଉଁ ଏଠି ଆପଣମାନଙ୍କୁ ଦେଖାଉଛୁ ଏ ହେଉଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ପଳସମା ପଞ୍ଚାୟତ ଅନ୍ତର୍ଗତ ପଳସମା ଗ୍ରାମର ଦୃଶ୍ୟ ଏଠି ସାଧାରଣ ଲୋକମାନେ ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଏହି ରାସ୍ତା ଦେଇ ଯାଇଥାନ୍ତି ସ୍କୁଲ ଓ କଲେଜକୁ ଅନେକ ଛାତ୍ର ଛାତ୍ରୀ । ଏହି ରାସ୍ତା ଦେଇ ଯାଇଥାନ୍ତି ପଳସମା ଶିବ ମନ୍ଦିରକୁ ଅନେକ ଭକ୍ତ । ଏବଂ ଏହି ରାସ୍ତାରେ ରହିଛି ପଳସମା ଡାକଘର ଦୌନିକ ପାଞ୍ଚ ଶହରୁ ଅଧିକ ଲୋକ ଏଠି ଯିବା ଆସିବା କରିଥାନ୍ତି । କିନ୍ତୁ ଏଠି ଯିବା ଆସିବା ପାଇଁ ଭଲ ରାସ୍ତାଟିଏ ନାହିଁ । ଏହି ସମସ୍ୟା ବିସୟରେ ଯନ୍ତ୍ରୀ ସ୍ଥାନୀୟ ବିଧାୟକ ସାସଂଦ ଓ ଜିଲ୍ଲାପାଳ ଉପ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ ଏହାରି ଉପରେ କେହି ଗୁରୁତ୍ବ ଦେଉ ନ ଥିବା ଗ୍ରାମବାସୀ କହିଛନ୍ତି ।।

Comments
Loading...