ନବରଙ୍ଗପୁର ଜିଲ୍ଲାରେ ମିଳୁଥିବା “ବତାକନ୍ଦା”ର ଚାହିଦା ରାଜ୍ୟ ବ୍ଯହରେ ଛତିଶଗଡ଼ ରାୟପୁର ଅଂଚଳରେ

ନବରଙ୍ଗପୁର ଜିଲ୍ଲା:- ଡାବୁଗାଁ ବ୍ଲକ ମେଦେନା ପଂଚାୟତର ଅଧିକାଂଶ ପରିବାରକୁ ଆହାର ଯୋଗାଇ ଦେଉଛି “ବତା କନ୍ଦା”।ନବରଙ୍ଗପୁର ଜିଲ୍ଲାରେ ମିଳୁଥିବା “ବତାକନ୍ଦା”ର ଚାହିଦା ରାଜ୍ୟ ବ୍ଯହରେ ଛତିଶଗଡ଼ ରାୟପୁର ଅଂଚଳରେ ।ମେଦନା ଗ୍ରାମର ୩୦ ଟି ପରିବାର ପୁରୁଷ ଓ ମହିଳା ପ୍ରତ୍ୟେକ ଦିନ ଆଜକୁ ପ୍ରାୟ ୩ ମାସ ହେବ ସକାଳ ୭ ଘଣ୍ଟା ରୁ ଉଠି ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ନଦୀ ୨ ପାର୍ଶ୍ୱ ରୁ “ବତା କନ୍ଦା” ସଂଗ୍ରହ କରିବାକୁ ବାହାରି ପଡନ୍ତି। ଜଣେ ଜଣେ ପ୍ରତିଦିନ ଆନୁମାନିକ ୩୦ କେଜି “ବତା କନ୍ଦା” ସଂଗ୍ରହ କରି ଘରକୁ ଆଣି ଥାଆନ୍ତି । ଉକ୍ତ “ବତା କନ୍ଦା” ର ମୂଲ୍ୟ ଆଦିବାସୀ ଜନସଧାରଣ ଙ୍କୁ ଜଣା ନ ଥିବା ବେଳେ ଛତିଶଗଡ ର ରାଇପୁର ଅଞ୍ଚଳ ରୁ ଲୋକ ଆସି କିଲୋ ପିଛା ୧୯ ଟଙ୍କାରେ ନେଉଛନ୍ତି। *ବତା କନ୍ଦା ଦ୍ୱାରା ଔଷଧ ତିଆରି ହେଉଛି ବୋଲି କୁହନ୍ତି କିଛି ଲୋକ*।ଉକ୍ତ ବତା କନ୍ଦା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ମୂଲ୍ୟ ଆକଳନ କଲେ ଆଦିବାସୀ ମାନେ ଉପକୃତ ହଇ ପରିଥାନ୍ତେ ।ପ୍ରଶାସନ ଯଦି ଉକ୍ତ ବତା କନ୍ଦାର ଉଚିତ ମୁଲ୍ୟ ପାଇବାର କଣସି ବିକଳ୍ପ କରିଇଥାନ୍ତେ ତେବେ ସଂଗ୍ରହ କାରୀମାନଙ୍କ ରୋଜଗାର ବଢ଼ି ସୁଖରେ ଜୀବନ ଜୀବିକା ନିର୍ବାହ କରି ପାରନ୍ତେ ଓ ଆର୍ଥିକ ସମ୍ବଳ ସୁଧୁରି ଜାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ:-ବତାକନ୍ଦା ନଦୀ ଦୁଇ ପାଖ ଓ ଓଦା ଥିଵା ସ୍ଥାନ ମାନଙ୍କ ରୁ ସଂଗ୍ରହ କରିଥାନ୍ତି ଆମ ଅଞ୍ଚଳର ଆଦିବାସୀ ଭାଇ ମାନେ* ।ଏହା ବର୍ଷା ମାସ ଆରମ୍ଭ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଗ୍ରହ କାରୀ ନିଳାମ୍ବର ପୂଝାରୀ ଓ ଅନ୍ୟମାନେ ସୂଚନା ଦେଇଛନ୍ତି ।

Comments
Loading...