ଭଙ୍ଗା କୁଡ଼ିଆ ଘରେ ଦିନ କାଟୁଛନ୍ତି ରମେଶ ବାରିକ

ଗରିବ ଲୋକମାନଙ୍କ ପାଇଁ ସରକାରଙ୍କର ଅନେକ ଯୋଜନା, କିନ୍ତୁ ସେ ଯୋଜନା ସବୁ ଯେମିତି  କାଗଜ କଲମରେ ସୀମିତ ତାହା କହିବା ଭୁଲ ହେବନାହିଁ। ଯେଉଁଥି ପାଇଁ ସାରା ରାଜ୍ୟରେ ଅନେକ ଲୋକ ଆଜି ବି ଅବହେଳିତ ହୋଇ ବଞ୍ଚୁଥିବା ନଜରକୁ ଆସୁଛି। ଅନେକ ସମୟରେ ସାଧାରଣ ଲୋକଟିଏ ତାର ମୌଳିକ ଅଧିକାର ରୁ ମଧ୍ୟ ବଞ୍ଚିତ ହେଉଛି।

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଵଂପରଡ଼ା ପଞ୍ଚାୟତ, ଵଂପରଡ଼ା ଗ୍ରାମରେ ପରିବାର ରେ ସଦସ୍ୟ ୪ ଜଣ, କିନ୍ତୁ ୪ ପ୍ରାଣୀ ଙ୍କ ଜୀବନ କଟୁଛି ଭଙ୍ଗା କୁଡ଼ିଆ ଘରେ।ସରକାରୀ ଯୋଜନା ସତେ ଯେମିତି ପାଲଟିଛି ସାତ ସପନ। ଗୋଟିଏ ବଖରା ଘରେ ଚଳୁଛନ୍ତି ପରିବାର ଲୋକେ।ନା ଚଳିବାକୁ ଅଛି ଘର ନା ଭଲ ରେ ବଞ୍ଚିବା ର କିଛି ମାଧ୍ୟମ। ସରକାରୀ ଯୋଜନାରେ ଗରିବ ଲୋକମାନଙ୍କୁ ଉଜ୍ଵଳା ଗ୍ୟାସ ଯୋଗାଇ ଦିଆଯାଉଥିବା ବେଳେ ଏଥିରୁ ବଞ୍ଚିତ ଏହି ପରିବାର ଲୋକେ।ଗତ ଫନି ବାତ୍ୟା ରେ ଭାଙ୍ଗି ଯାଇଥିବା ନିଜ ଘରକୁ ସଜାଡ଼ିବା ପାଇଁ ଟଙ୍କାର ଅଭାବ ହେତୁ ଦୁର୍ଦ୍ଦିନରେ କଟୁଛି ଏମାନଙ୍କ ଜୀବନ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ନା କୌଣସି ପ୍ରଶାସନିକ ଅଧିକାରୀ ନା ଲୋକପ୍ରତିନିଧି ସରପଞ୍ଚ ଏମାନଙ୍କୁ ସହଯୋଗର ହାତ ବଢ଼ାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଆଗାମୀ ଦିନରେ ଯଦି ଜିଲ୍ଲା ପ୍ରଶାସନ କିଛି ପଦକ୍ଷେପ ନେଉନାହାନ୍ତି ତାହାଲେ ପରିବାର ଚାରି ସଦଶୟ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମୁଖରେ ଆତ୍ମାହୁତି ଦେବୁ ବୋଲି ଚେତାବନି ଦେଇଛନ୍ତି ।

Comments
Loading...