ପ୍ରସୂତିଙ୍କ ଜଳଖିଆରୁ ବାହାରିଲା ବିଛା, ବାସୁଦେବପୁର ଡାକ୍ତରଖାନାରେ ଉତ୍ତେଜନା

ଭଦ୍ରକ: ବାସୁଦେବପୁର ଡାକ୍ତରଖାନାରେ ଆଜି ସକାଳେ ଜଣେ ପ୍ରସୂତୀଙ୍କୁ ଦିଆ ଯାଇଥିବା ଜଳଖିଆରେ ବିଛା ବାହାରିବା ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀଦାସପୁର ଅଂଚଳର ଜଣେ ପ୍ରସୂତି ବର୍ଷା ପ୍ରିୟଦର୍ଶିନୀ ଗତକାଲି ବାସୁଦେବ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ତାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ଗ୍ରହଣ କରିଛି। ଆଜି ସକାଳେ ସମ୍ପୃକ୍ତ ଡାକ୍ତରଖାନାକୁ ଖାଦ୍ୟ ଯୋଗାଉଥିବା ବାହାରର ଏକ ସଂସ୍ଥା ସକାଳ ଜଳଖିଆ ଦେବାକୁ ଆସିଥିଲେ।

Comments
Loading...