ନୂଆ ଭୂତାଣୁ ଖୋଜିବାରେ ଚୀନ ସେନାକୁ ସହାୟତା କରୁଛି ଉହାନ ଲ୍ୟାବ୍‌

କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ଏବେ ବି ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ବିଭିନ୍ନ ଦେଶ ଏଥିପାଇଁ ଚୀନର ଉହାନ ଲାବରେଟୋରିକୁ ଅନେକ ଥର ଦୋଷ ଦେଇଛନ୍ତି। କିନ୍ତୁ ଚୀନ ବାରମ୍ବାର ମନା କରିଆସିଛି। ମାତ୍ର ଏକ ଇଂଲିଶ ଖବରକାଗଜ ଚୀନର ଉହାନ ଲାବରେଟୋରି ଭିତରେ ଚାଲିଥିବା ଗୁପ୍ତ ଷଡ଼ଯନ୍ତ୍ର ବିଷୟରେ ପର୍ଦ୍ଦାଫାଶ କରିଛି। ଯାହାକୁ ନେଇ ସାରା ବିଶ୍ବ ଚକ୍କିତ ହୋଇପଡ଼ିଛି। ଚୀନ ସେନାର ଅନେକ ଗୁପ୍ତ ପ୍ରୋଜେକ୍ଟରେ ଉହାନ ଲାବରେଟୋରି ସହାୟତା କରିଛି ବୋଲି ଉକ୍ତ ଇଂଲିଶ ଖବରକାଗଜରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।

ଚୀନ ସେନା ପାଇଁ ଉହାନ ଲାବରେଟୋରିରେ ଅନେକ ପଶୁଙ୍କଠାରେ ରହିଥିବା ବିପଜ୍ଜନକ ଭୂତାଣୁ ଖୋଜିଛି। ଗତ ୯ ବର୍ଷ ମଧ୍ୟରେ ଏହି ଲ୍ୟାବ୍‌ର ବୈଜ୍ଞାନିକମାନେ ନୂଆ ଭୂତାଣୁ ଖୋଜିବା ଏବଂ ରୋଗ ବ୍ୟାପ୍ତ କରାଇବା ପାଇଁ ଉଦ୍ଦିଷ୍ଟ ଜୀବ ବିଜ୍ଞାନର ‘ଡାର୍କ ମ୍ୟାଟର’ ଉପରେ ଗବେଷଣା କରୁଥିଲେ ବୋଲି ଖବରକାଗଜରେ ଦାବି କରାଯାଇଛି। ଏଥିରେ ଚୀନର ସୈନ୍ୟ ଅଧିକାରୀମାନେ ବି ସାମିଲ ରହିଛନ୍ତି। ଗତବର୍ଷ ଜାନୁୟାରୀରେ ଜଣେ ଚୀନ ବୈଜ୍ଞାନିକ ଏକ ଜର୍ନାଲ ପ୍ରକାଶିତ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ, ବିଗତ ୩ ବର୍ଷରେ ଭିତରେ ଏଠାରେ ୧୪୩ ପ୍ରକାର ନୂଆ ରୋଗର ଅନୁସନ୍ଧାନ କରାଯାଇଛି।

Comments
Loading...