ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ଗ୍ରାମବାସୀ

ଲୋକମାନଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ସେ ସବୁ କେବଳ କାଗଜ କଲମ ପତ୍ରରେ ଓ ଲୋକ ଦେଖାଣିଆ ନାମକୁ ମାତ୍ର । ଆମେ ଏଠି ଯେଉଁ ବିଷୟ ଆପଣମାନଙ୍କୁ କହିବାକୁ ଯାଉଛୁ ଏ ଚିତ୍ର ହେଉଛି । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡସଂହା ଗ୍ରାମର ଚିତ୍ର । ଗ୍ରାମରେ ବସବାସ କରନ୍ତି ୧୦୦ରୁ ୧୫୦ ପରିବାର ଗ୍ରାମରେ ନଳକୂପ ରହିଛି ସାତ ଆଠଟି କିନ୍ତୁ ସେସବୁ ଏବେ ଅଚଳ ଅବସ୍ଥାରେ ପଡିରହିଛି । ମାତ୍ର ଦୁଇଟି ନଳକୂପ କାର୍ଯ୍ୟକ୍ଷମ ଥିବାବେଳେ ସେଥିମଧ୍ୟରୁ ଗୋଟିଏ ନଳକୂପରୁ ନାଲି ପାଣି ଓ ଗୋଳିଆ ସହିତ ପାଣି କିଛି ସମୟ ରହିଲା ପରେ ତା ଉପରେ ତେଲିଆ ଭଳି ଏକ ପାରଦ ଦେଖାଯାଉଛି । ଏହା ସହ ଗ୍ରାମରେ ନିର୍ମିତ ହୋଇଛି ୫୦ ହଜାର କ୍ଷମତା ଅଭରହେଡ ପାଣି ଟାଙ୍କି । ଆଜକୁ ୪ ବର୍ଷ ହେବ ତିଆରି ହୋଇଚି ନାମକୁ ମାତ୍ର ଦିନେ କି ଦୁଇଦିନ ପାଣି ପମ୍ପ ଚାଲୁ କରି ସେ ମଧ୍ୟ ଅଚଳ ହୋଇ ପଡି ରହିଛି ।ଏ ବିଷୟରେ ଗ୍ରାମର ୱାର୍ଡ ମେମ୍ବର ଠାରୁ ସରପଞ୍ଚ ବିଡିଓ ଜିଲ୍ଲାପାଳ ସମସ୍ତଙ୍କୁ ଜଣାଇଁ ଆସୁଥିଲେ ମଧ୍ୟ କେହି ଏହି ସମସ୍ୟା ଉପରେ ଗୁରୁତ୍ବ ଦେଉ ନଥିବା ଗ୍ରାମବାସୀ ଆମ ଗଣମାଧ୍ୟମ ଆଗରେ କହିଛନ୍ତି ।

Comments
Loading...