ପିଇବା ପାଣି ପାଇଁ ସର୍ଗିଲେପା ଗ୍ରାମବାସୀ ହନ୍ତସନ୍ତ,ପ୍ରଶାସନର ଅଣଦେଖା ! ଏବଂ ବିକାଶ ପାଲଟିଛି ସାତ ସପନ ।

ନା’ଅଛି ପିଇବା ପାଇଁ ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ! ନା’ଅଛି ଭଲରାସ୍ତାଟିଏ ! ନା’ଅଛି ଶିକ୍ଷାର ବ୍ୟବସ୍ଥା ! ନା’ଅଛି ବିଜୁଳିର ବ୍ୟବସ୍ଥା, ଏମାନଙ୍କପାଇଁ ମୌଳିକ ବିକାଶ ପାଳଟିଛି ସାତସପନ !ଘରେ ଘରେ ପାନୀୟ ଜଳର ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ହିତାଧିକାରୀ ମାନଙ୍କୁ ଉପକୃତକରୁଛନ୍ତି ରାଜ୍ୟ ସରକାର ! ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସର୍ଗିଲେପା ଗ୍ରାମ ରହିଯାଇଛି ବିଭାଗୀୟ ଅଧିକାରୀଙ୍କ ଆଡୁଆଳରେ ! ଏହି ସର୍ଗିଲେପା ଗ୍ରାମକୁ ପହଞ୍ଚି ପାରୁନାହିଁ କୌଣସି ପ୍ରକାର ସରକାରୀ ଯୋଜନା ! ଫଳରେ ବିଶୁଦ୍ଧ ପାନୀୟ ଜଳପାଇଁ ଡହକବିକଳ ହେଉଛନ୍ତି ସର୍ଗିଲେପା ଗ୍ରାମବାସୀ,ଉକ୍ତ ଗ୍ରାମରେ ବହୁବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୧୧ ଘର ପରିବାର ରହୁଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଗୋଟିଏ ମାତ୍ର ନଳକୂପ ରହିଥିଲେ ସୁଦ୍ଧା ତାହା ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡ଼ିଛି !

ଏହି ବିଷୟରେ ନଳକୂପଟିକୁ ମରାମତି ପାଇଁ ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ଅନେକ ଥର ଜଣାଇଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନାହିଁ ଏବଂ କେହି ଆମକୁ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ !ଯାହାଫଳରେ ଏବେ ସର୍ଗିଲେପା ଗାଁ ଲୋକେ ସ୍ୱଚ୍ଛ ପାନୀୟ ଜଳ ଟିକେ ପାଇବାରୁ ବଞ୍ଚିତ ହୋଇ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି! ତେଣୁ ପାନୀୟ ଜଳ ଅଭାବରୁ ଗାଁର ଲୋକେ ନିକଟସ୍ଥ ନାଳର ଏବଂ ବିଲ କୋଣରେ ଏକ ପାଣିକୁଣ୍ଡ ତିଆରିକରି ସେଠାରୁ ପାଣିଆଣି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ ! ଉକ୍ତ ପାଣିରେ ବିଭିନ୍ନ ପ୍ରାଣୀ ଚଳ ପ୍ରଚଳ କରିଥାନ୍ତି ଓ ଅନେକ ପ୍ରାଣୀ ମାନେ ମଧ୍ୟ ପିଆପିଇ କରିଥା’ନ୍ତି ସେହି ପାଣି,ହେଲେ ପାଣିର ଅନ୍ୟ ସୁବିଧା ନ’ଥିବାରୁ ସେହି ନାଳର ଏବଂ ନିଜେ ବିଲ କୋଣରେ ତିଆରି କରିଥିବା କୁଣ୍ଡର ଦୂଷିତ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରି ଅନେକ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ଗାଁ ଲୋକେ ମତ ପ୍ରକାଶ କରିଛନ୍ତି ! ଏବଂ ଭୋଟ୍ ସମୟରେ ସ୍ଥାନୀୟ ପ୍ରତିନିଧି ମାନେ ଆସି ଅନେକ ଲୋକ ଅନେକ ପ୍ରତିଶୃତି ଖାଲି ଦେଇ ଚାଲି ଯାଇଥାନ୍ତି,କିନ୍ତୁ ଭୋଟ୍ ରେ ଜିତି ଗଲାପରେ କାହାକୁ ହେଲେ ଦେଖିବାକୁ ପାଇନଥାଉ ବୋଲି ଗ୍ରାମ ବାସୀ କହିଛନ୍ତି । ତେଣୁ ଏହି ଗ୍ରାମକୁ ଗୋଟିଏ ନଳକୂପ ଓ ସୋଲାର ସିଷ୍ଟମ ପାଇପ୍ ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି !ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବାପାଇଁ ଜରୁରୀ ହୋଇ ପଡ଼ିଛି ! ଏବେ ଦେଖିବାକୁ ବାକି ରହିଲା ଏହିଭଳି ସମସ୍ୟା କେବେ ପଡ଼ିବ ସରକାରଙ୍କ ଦୃଷ୍ଟି ଓ ପ୍ରଶାସନଙ୍କ ଦୃଷ୍ଟି !

Comments
Loading...