କରୋନାର ୨ୟ ତରଙ୍ଗ ପାଇଁ ନିର୍ବାଚନ ଆୟୋଗ ଦାୟୀ: ହାଇକୋର୍ଟ

କରୋନା ଭୂତାଣୁର ୨ୟ ତରଙ୍ଗ ସଂକ୍ରମଣ ବୃଦ୍ଧି ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ। କାରଣ କରୋନା ସଙ୍କଟ ଆରମ୍ଭ ହୋଇଥିବା ସତ୍ବେ ନିର୍ବାଚନ ଆୟୋଗ ନିର୍ବାଚନୀ ରାଲିକୁ ବନ୍ଦ କରି ନ ଥିଲେ। ଯେଉଁଥିପାଇଁ ନିର୍ବାଚନ ଥିବା ରାଜ୍ୟରେ ଦ୍ରୁତଗତିରେ ସଂକ୍ରମଣ ବ୍ୟାପିଯାଇଥିଲା। ଆୟୋଗର ଅଧିକାରୀମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଲେ ବି କୌଣସି ଭୁଲ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

୨ୟ ତରଙ୍ଗ ଯୋଗୁ ଦେଶବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଲାଣି। ଏଭଳି ସ୍ଥିତିରେ ଏହି ପ୍ରସଙ୍ଗକୁ ନେଇ ସୋମବାର ମାଡ୍ରାସ ହାଇକୋର୍ଟରେ ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ବାନାର୍ଜୀ ଶୁଣାଣି ସମୟରେ ୨ୟ ତରଙ୍ଗ ପାଇଁ ଇସିଆଇ ଦାୟୀ ବୋଲି କହିଥିଲେ। ଏପରି କି ନିର୍ବାଚନ ଆୟୋଗର ଅଧିକାରୀମାନଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ ହେଲେ ବି କିଛି ଭୁଲ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

Comments
Loading...