ପୁରୁଣା କୁଅ ମରାମତି କରି ୨ ଲକ୍ଷ ୨୦ ହଜାର ବିଲ୍ କରାଇନେଲେ

ନବରଙ୍ଗପୁର ଜିଲ୍ଲା:-ଚନ୍ଦାହାଣ୍ଡି ବ୍ଲକର ବେହେରାମୁଣ୍ଡା ପଂଚାୟତ । ଏହି ପଞ୍ଚାୟତର ସାଲେଭଟା ଗ୍ରାମ ନିବାସୀ ପୀତବାସ ମାଝି ନାମକ ଜଣେ ହିତାଧୁକାରୀଙ୍କ ନାମରେ ଏଆଜିଏରେ ମଞ୍ଜୁର ହୋଇଥିଲା ୨ ଲକ୍ଷ ୨୦ ହଜାର ଅଟକଳ ମୁଲ୍ୟର ଡିଗ୍ ୱେଲ୍ । ହେଲେ ପଳ ହେଲା ଓଲଟା । ସରଧାପୁର ପଂଚାୟତ ତେଲାତାଣ୍ଡି ଗ୍ରାମର ଜଣେ ଠିକାଦାର ସହ ସଲାସୁତୁରାରେ କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରା , ରୋଜଗାର ସହାୟିକା ଶୈଳବାଳା ବିଶୋଇ ଏକ ୫ ବର୍ଷର ପୁରୁଣା କୁଅକୁ କେବଳ ମରାମତି କରି ଟଙ୍କା ହଡ଼ପ କରିଥିବା ବେହେରାମୁଣ୍ଡା ପଂଚାୟତର କେତେକ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଗତ ଫେବୃୟାରୀ ମାସରେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝି ଏବଂ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତିଙ୍କୁ ଏନେଇ ଲି ଅଭିଯୋଗ ପତ୍ର ଦେଇଥିବା ବେହେରାମୁଣ୍ଡା ପଂଚାୟତର ସମାଜସେବୀ ଏସ୍.ଏମ୍ . ୟୁନୁଷ ଏବଂ ନର୍ଥ ଖାନ ଗଣମାଧ୍ୟମକୁ ଜଣାଇଥିଲେ । ତଥାପି ପ୍ରଶାସନର ଏଥିପ୍ରତି କୌଣସି ତତ୍ପରତା ନଥିଲା ଯାହାକୁ ନେଇ ବେହେରାମୁଣ୍ଡା ପଂଚାୟତବାସୀଙ୍କ ମନରେ ତୀବ୍ର ଅସନ୍ତୋଷ୍ଟ ଦେଖା ଦେଇଥିଲା । ସେହି ସମୟରେ ବ୍ଲକ କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରାଙ୍କୁ ପଚାରିବାରୁ ଅଭିଯୋଗକୁ ସେ ସ୍ୱୀକାର କରିବା ସହ କେବଳ ଶ୍ରମିକ ମଜୁରୀ ବିଲ୍ ଛଡ଼ାଯାଇଛି , ବାକି ବିଲ୍ ବନ୍ଦ କରାଯିବ ଏବଂ ମାସକ ମଧ୍ୟରେ ଅନ୍ୟ ଜାଗାରେ କୂଅ ଖୋଳାଯିବ ବୋଲି ପ୍ରକାଶ କରିଥିଲେ । ଜିଆର୍ ଏସ୍ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇ ଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ବଉଁମାନ ସେହି ପୁରୁଣା କୁଅରେ ବୋର୍ଡ ଲଗାଯିବା ସହ ଖୋଦ ହିତାଧୁକାରୀ ପୀତବାସ ମାଝି ପୁରୁଣା କୁଅକୁ ମରାମତି କରାଇ ଜେଇ ବିନୋଦ ବେହେରା ଏବଂ ଜିଆର ଏସ୍ ମୌଲବାଲା ବିଶୋଇ କୁଅର ସମସ୍ତ ବିଲ୍ କରାଇ ଦେଇଥିବା ଏବେ ପୁଣି ଥରେ ଅଭିଯୋଗ ଆଣିଛନ୍ତି । ଏ ବାବଦରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତିଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।ଜ ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଫଚାୟତବାସୀ ଦାବି କରିଛନ୍ତି ।

Comments
Loading...