କରୋନା ପରିସ୍ଥିତିର ମୁକାବିଲା ପାଇଁ ଦେବଗଡ CDMO ଓ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବୀ ପତ୍ର

ଆଜି ରାଜ୍ୟ ବିଜେପି ତଥା ରାଜ୍ୟ ଯୁବମର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନିର୍ଦ୍ଧେଶ କ୍ରମେ ବିଜେପି ଯୁବମର୍ଚ୍ଚା ଦେବଗଡ ତରଫରୁ କରୋନାକୁ ନେଇ ଦେବଗଡର ବିଭିନ୍ନ ସମସ୍ୟାକୁ ନେଇ ଦେବଗଡ ଜିଲ୍ଲା ଚିକିତ୍ସା ଅଧିକାରୀ ମନୋଜ ଉପାଧ୍ୟାୟଙ୍କୁ ସାକ୍ଷାତ କରିଛି ଦେବଗଡ ବିଜେପି ଯୁବମର୍ଚ୍ଚା । ଏମାନଙ୍କ ମୁଖ୍ୟତଃ ଦାବୀ ଥିଲା କି ପ୍ରଥମେ ପ୍ରକୃତ ତଥ୍ୟ କରୋନା ସମ୍ବନ୍ଧୀୟ ରାଜ୍ୟ ଓ କେନ୍ଦ୍ରକୁ ପ୍ରଦାନ କରାଯାଉ ଯାଦ୍ବାରା ଆମେ ଆମର ଉପଯୁକ୍ତ ଓୌଷଧିୟ ସାମଗ୍ରୀ ପାଇପାରିବା । ଦ୍ବିତୀୟଟି ହେଉଛି ଟେଷ୍ଟିଙ୍ଗ ସଂଖ୍ୟା ବୃଦ୍ଧି କରାଯାଉ ତୃତୀୟରେ ଟେଷ୍ଟିଙ୍ଗ ସମୟରେ ଉପଯୁକ୍ତ ପଦକ୍ଷେପ ନିଆଯାଉ । ପଶସ୍ଥ ଯାଗାରେ ଓ ପୋଲିସ ମାଧ୍ୟମରେ ଭିଡ ଓ ସାମାଜିକ ଦୂରତା ରକ୍ଷା କରାଯାଉ । ଚତୁର୍ଥରେ ମାନ୍ୟବର ସାସଂଦ ଓ ବିଧାୟକଙ୍କୁ ଏ ବାବଦରେ ଅବଗତ କରାଯାଉ । ପଞ୍ଚମରେ Oxigen ସଂଶ୍ଳିଷ୍ଟ ବେଡ ସଂଖ୍ୟା ବୃଦ୍ଧି କରାଯାଉ ଷଷ୍ଠରେ ପ୍ରତ୍ୟେକ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ଖାଦ୍ୟ ଯୋଗାଇ ଦିଆଯାଉ । ସପ୍ତମରେ ଚିକିତ୍ସାଳୟ ତରଫରୁ ଦିଆଯାଇଥିବା ସରକାରୀ ଫୋନ ନମ୍ବରକୁ ଲିପଲେଡ ଏବଂ ସାମାଜିକ ଗଣମାଧ୍ୟମ ଦ୍ବାରା ପ୍ରଚାର ଓ ପ୍ରସାର କରାଯାଉ ।

Comments
Loading...