କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ୫ ଦିନ ସଟଡାଉନ ଘୋଷଣା କଲେ ୨ ସରପଞ୍ଚ

ଡାବୁଗାଁ, ୨୮/୪ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଡ଼ଙ୍ଗରିଗୁଡା ପଞ୍ଚାୟତ ର ସରପଞ୍ଚ ଅମ୍ବିକା ମାଝୀ ଓ ଡାବୁଗାଁ ସରପଞ୍ଚ ଯଶୋଦା ସୌରା ୨ଟି ପଞ୍ଚାୟତ କୁ ୫ ଦିନ ସଟଡାଉନ ବୁଧବାର ରାତିରେ ଘୋଷଣା କରିଛନ୍ତି | ଏନେଇ ଏକ ଡାକବାଜି ଯନ୍ତ୍ର ଦ୍ଵାରା ରାତ୍ର ୮ ଘଣ୍ଟା ସମୟରେ ୨ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ବୁଲି ପ୍ରଚାର କରାଯାଉଛି | ଡ଼ଙ୍ଗରିଗୁଡା ପଞ୍ଚାୟତ ଏବଂ ଡାବୁଗାଁ ପଞ୍ଚାୟତ କୁ ୨୯/୪/୨୦୨୧ ତାରିଖ ଗୁରୁବାର ଅପରାହ୍ନ ୨ ଘଣ୍ଟା ଠାରୁ ୩/୫/୨୦୨୧ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ୫ ଦିନ ସର୍ଟଡାଉନ ଘୋଷଣା କରିଛନ୍ତି | ଏଭଳି କାର୍ଯ୍ୟ କୁ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ତଥା ଧାର୍ମିକ ସଂଗଠନ ଗୁଡ଼ିକ ଏବଂ ବୁଦ୍ଧିଜୀବି ମାନେ ସ୍ବାଗତ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ କେବଳ ଜରୁରୀ ସାମଗ୍ରୀ ଗୁଡିକ ଏବଂ ଔଷଧ ଦୋକାନ ଆଦି କୁ ଛାଡି ଦୁଇ ପଞ୍ଚାୟତ ର ସମସ୍ତ ଦୋକାନ ବନ୍ଦ ରହିବ |

Comments
Loading...