ଛେଣ୍ଡ୍ ସ୍ଥିତ ଏସବିଆଇ ଶାଖାକୁ ୭୨ ଘଣ୍ଟା ପାଇଁ ଶିଲ କରାଗଲା

କରୋନା କରୁଛି କାଳ , ସଭିଙ୍କ ଫାଟୁଛୀ କପାଳ । ଆଜ୍ଞା ହଁ ଆଜି ରାଉରକେଲା ସ୍ଥିତ ଏସିଆ ମହାଦେଶର ଦ୍ବିତୀୟ ବୃହତ କଲୋନୀ ଛେଣ୍ଡ୍ ଅଞ୍ଚଳରେ ଥିବା ଏସବିଆଇ ଶାଖାର ଜନୈକ କର୍ମଚାରୀ କରୋନା ପୋଜିଟିଭ ହୋଇଥିବା ଖବର ପାଇବା ପରେ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶରେ ଉକ୍ତ ବ୍ୟାଙ୍କ ଶାଖା କାର୍ଯ୍ୟାଳୟକୁ ୭୨ ଘଣ୍ଟା ପାଇଁ ଶିଲ କରି ଦିଆଗଲା । ବ୍ୟାଙ୍କ କର୍ମଚାରୀଙ୍କୁ ହୋମ କ୍ବାରେନ୍ଟାଇନ ରେ ରହିବା ପାଇଁ କୁହାଯାଇଛି । ତେବେ ସ୍ବାସ୍ଥ୍ୟ ଅଧିକ ଖରାପ ହେଲେ କୋବିଡ ହସ୍ପିଟାଲର ହେଲପ ଲାଇନ୍ ନଂରେ ଯୋଗାଯୋଗ କଲେ ହସ୍ପିଟାଲକୁ ନେଇ ଉତ୍ତମ ଚିକିତ୍ସା ବ୍ୟବସ୍ତା କରାଯିବ ବୋଲି ଆରଏମସି ମତବ୍ୟକ୍ତ କରିଛନ୍ତି । ତେବେ ଛେଣ୍ଡ୍ ଏସବିଆଇ ଶାଖା ଆସନ୍ତା ମାସ ୨ ତାରିଖ ଠାରୁ ଚାଲିବ ବୋଲି ପ୍ରାଥମିକ ସୂଚନା ରହିଛି ।

Comments
Loading...