ଭାରତକୁ ସହାୟତା କରିବେ ୪୦ରୁ ଅଧିକ ଦେଶ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁର ୨ୟ ତରଙ୍ଗ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ୪ ଲକ୍ଷ ନିକଟତର ହୋଇଥିଲାବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ପାର୍‌ କରିଛି। ଦେଶରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀଙ୍କୁ ଅମ୍ଳଜାନ ମିଳୁନାହିଁ। ରେମଡେସିଭିର ଭଳି ଜରୁରୀ ଔଷଧ ଉପଲବ୍ଧ ନାହିଁ। ଏଭଳି ସ୍ଥିତିରେ ସାରା ବିଶ୍ଵରୁ ଭାରତକୁ ଛୁଟିଛି ସହାୟତାର ହାତ। ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଦେଶ ଭାରତକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଗୁରୁବାର ସୂଚନା ଦେଇଛନ୍ତି।

Comments
Loading...