ଆଜିର ରାଶିଫଳ ଶୁକ୍ରୁବାର ୩୦ ଏପ୍ରିଲ ୨୦୨୧

ମେଷ: ଆପଣଙ୍କ କାମ ଜଲ୍ଦି ହେବ । ସମାଜରେ ଆପଣ ନିଜର ଭଲ ପ୍ରତିଷ୍ଠା ରଖିବେ। ଯଦି ଆପଣ କିଛି ପଦକୁ ଆସା କରିଛନ୍ତି ତେବେ ତାହା ପୂରଣ ହେବ । ଆପଣ ପରିବାରରେ ଭଲ ସମୟ ବିତାଇବେ । ସନ୍ତାନ ମାନଙ୍କ ଠାରୁ ଆପଣ ଭଲ ଖବର ପାଇବେ । ଏହା ଆପଣ ଙ୍କ ପାଇଁ କିଛି ଆର୍ଥିକ ସୁବିଧା କରାଇ ପାରେ । ବିଦ୍ୟାର୍ଥୀ ମାନେ ଭଲ କରିବେ ପରୀକ୍ଷାରେ । ବାଦ ବିବାଦ କିମ୍ବା ପ୍ରତିଯୋଗୀତା ପରୀକ୍ଷାରେ ସଫଳ ହେବେ । ଭାଗ୍ୟ ଭଲ ସାଥ ଦେବ ଆପଣ ଭଲ ଭଲ ଜାଗାରୁ ପଇଶା କମେଇବେ । କାମରେ ବି ଭଲ ସଫଳତା ମିଳିବ ।
ମିଥୁନ: ଦିନର କାମରେ ଆପଣ ଥକା ଅନୁଭବ କରିବେ । ନିଜର ଜୀବନ ସାଥୀକୁ ନେଇକି ଆପଣ ଅଧିକ ଚିନ୍ତାରେ ରହିବେ । ନିଜେ ଚାହୁଁ ଥିବା ଜାଗାକୁ ଆପଣ ସ୍ଥାନାନ୍ତରିତ ହେବେ । ଆପଣଙ୍କୁ ଅଲଗା ଅଲଗା କ୍ଷେତ୍ରରେ ଥିବା ଲୋକଙ୍କ ସହ ମିଶିବାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତି କିମ୍ବା ଆପଣ ଙ୍କ ଅଚଳ ସମ୍ପତିକୁ ନେଇ ବିବାଦ ସୃଷ୍ଟି ହେବ । ଆପଣ କିଛି ଜାଗାରେ ପୁରସ୍କୃତ ହୋଇ ପାରନ୍ତି । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସମୟ ସହ ଚାଳନ୍ତୁ । ଯେଉଁ ମାନେ ବିଦେଶରେ ନିଜର ଭାଗ୍ୟ ଆପଣେଇବାକୁ ଚାହାନ୍ତି ଯାଇ ପାରିବେ ଏହା ଭଲ ଫଳ ଦେବ । ନିଜର କାମରେ କିଛି ନୂଆ ଜିନିଷ ଶିଖିବେ କିଛି ନୂଆ କାମ ଧରିବେ। ନିଜକୁ ନିଜ ପ୍ରତିଦ୍ୱନ୍ଦିତା କରି ଆପଣ ଅନେକ କିଛି ହାସଲ କରି ପାରିବେ । କିଛି ଅନ୍ତରଙ୍ଗ ମୁହୂର୍ତ ଆପଣ ବିତାଇବେ ନିଜର ଜୀବନ ସାଥି ସହ ।
ସିଂହ: କିଛି ନୂଆ ଶୁଭ ଖବର ପାଇବେ । ଆପଣ ନିଜର ଆର୍ଥିକ ପରିସ୍ଥିତି ସୁଧାରିବାର କିଛି ଉପାୟ ପାଇବେ ନିଜର ହିତକାଂଖିଙ୍କ ପାଖରୁ । ନିଜର ଚାକିରିରେ ଚାହୁଁ ଥିବା ଲୋକ ସହ ନିଜର ସମୟ ବିତେଇବେ ଓ କିଛି ଲାଭ ବାନ ହେବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ଅଟେ ଅଳ୍ପ ପରିଶ୍ରମରେ ନିଜକୁ ଅନେକ ଆଗକୁ ନେଇ ଯାଇ ପାରିବେ । ନିଜର ଶାନ୍ତି ଫେରି ପାଇବେ । ଅସୁବିଧା ଆସିପାରେ ମାତ୍ର ତା ସହ ସମାଧାନ ମଧ୍ୟ ଆସିବ । କାହା ସହ ଯୁକ୍ତି କରନ୍ତୁ ନାଇ ଯଦି ଆପଣ ଆଇନ ଜୀବି ତେବେ ନିଜକୁ ନିଜର କର୍ମରେ ନିଯୋଜିତ କରନ୍ତୁ ଅନେକ ଶୁଭ ଫଳ ମିଳିବ ।
ତୁଳା: ନିଜର ବ୍ୟବହାର ପ୍ରତି ଯତ୍ନ ବାନ ରୁହନ୍ତୁ । ନିଜର ସମୟ କାହା ସହ ବିତାଇବେ ଏହା ନେଇ ଆପଣ ବହୁତ ଚିନ୍ତାରେ ରହିବେ । ଯଦି ଆପଣ କିଛି ପରାମର୍ଶ ଚାହାନ୍ତି ତେବେ ଆପଣ ନିଜର ଅନ୍ତରଙ୍ଗ ମିତ୍ରଙ୍କ ପରାମର୍ଶ ନେଇ ପାରିବେ । ଏହା ଦ୍ଵାରା ଆପଣଙ୍କୁ ନିଜର ନିସ୍ପତି ନେବାରେ ସୁବିଧା ହେବ । ବ୍ୟବସାୟ ଦୃଷ୍ଟିରୁ ସ୍ଥିତି ଭଲ ହେବାରେ ଲାଗିବ । ନିଜ ମନକୁ ସ୍ଥିର କରନ୍ତୁ ଏହା ଆପଣଙ୍କ କାମରେ ଅସୁବିଧା ଆଣିପାରେ । ଅଧିକ ଚିନ୍ତା ଯୋଗୁ ମାନସିକ ଅସାନ୍ତି ବଢିପାରେ । ନିଜକୁ ସାନ୍ତ ରଖନ୍ତୁ ଓ ନିଜର କାମରେ ଧ୍ୟାନ ଦିଅନ୍ତୁ ।
ଧନୁ: ଏହି ରାଶିର ଲୋକ ମାନେ ଆଜି ନିଜର କାମକୁ ଅଧିକ ଧ୍ୟାନର ସହ କରିବେ । ପରିବାର ପାଇଁ ସମୟ ଦେବେ । ବାହାରକୁ ଯାତ୍ରା ଯୋଗ ଅଛି କିଛି ମାଙ୍ଗଳିକ କାମରେ । ବିବାହ ବ୍ରତ ଘର କିମ୍ବା କିଛି ଅନୁଷ୍ଠାନରେ ଯୋଗ ଦେବା ପାଇଁ ଯାତ୍ରା ଯୋଗ ଅଛି । ଏହି ବାବଦରେ ଆପଣ ଅନେକ ଅର୍ଥ ଖର୍ଚ କରି ପାରନ୍ତି । ଏହା ଆପଣଙ୍କୁ ପରେ ନିଜର ବ୍ୟବସାୟରୁ ମିଳି ଜୀବ ତଥାପି ଦେଖିକି ଖର୍ଚ କରନ୍ତୁ । ନିଜର ପିଲା ମାନଙ୍କ ସହ ଅଧିକ ସମୟ ବିତାଇବେ ।
କୁମ୍ଭ: ଭାଗ୍ଯର ପୁରା ସାଥ ମିଳିବ ନିଜକୁ ଆପଣ ପାଠରେ କିମ୍ବା ଚାକିରି ପାଇଁ ବାହାରକୁ ଯିବାକକୁ ପ୍ରସ୍ତୁତ କରନ୍ତୁ କାରଣ ସ୍ଥାନାନ୍ତରିତ ଯୋଗ ଅଛି । ଦରକାର ନଥିବା କଥା ଆପଣଙ୍କ ପାଖକୁ ଆସିପାରେ ତାକୁ ନଜରକୁ ଆଣନ୍ତୁ ନାଇ । ଆପଣ ନିଜର ପ୍ରେମିକ କିମ୍ବା ପ୍ରେମିକା ସହ ଏକାଠି ରହିବାର ଯୋଗ ହେଉଛି ଆପଣ ବିବାହ ମଧ୍ୟ କରି ପାରିବେ ଏହି ସମୟରେ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...