ଘରୋଇ କଳିକୁ ନେଇ ମହିଳା ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଦେଲେ

ସାମାନ୍ୟ ଘରୋଇ କଳିକୁ ନେଇ ଜନୈକା ମହିଳାଙ୍କ ଅମୂଲ୍ୟ ଜୀବନ ଚାଲିଗଲା ।ସୁନ୍ଦରଗଡ଼ ଜିଲା ଧାରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ ମିଟୁଡୁଙ୍ଗୁରୀ ବନଦୁର୍ଗା ମନ୍ଦିର ପଛ ପାଖରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା ଘଟିଛି। ଘରୋଇ କଳିକୁ କେନ୍ଦ୍ର କରି ଜଣେ ମହିଳା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ନିକଟସ୍ଥ ଠେଲକୋବୁଡ ଗ୍ରାମର ବୋଲି ଜଣାପଡିଛି। ଖବର ପାଇ ବର୍ତ୍ତମାନ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ଶବ ଜବତ କରିଛି ପୋଲିସ । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ମତବ୍ୟକ୍ତ କରିଛନ୍ତି ।

Comments
Loading...