ଶ୍ରୀ ସାଇ ସେବା ଫାଉଣ୍ଡେସନ ର ଶୁଖିଲା ଖାଦ୍ୟ ବଣ୍ଟନ

ସୁନ୍ଦରଗଡ଼ : ଓଡ଼ିଶା ସରକାର କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଥିଲେ। ଏହି ଦୁଇ ଦିନ ସଟଡାଉନରେ ରାସ୍ତା କଡର ଭୀକାରୀ,ପାଗଳ ଓ ଦିନ ମଜୁରିଆ ଯେଉଁ ମାନଙ୍କ ନିଜସ୍ଵ ଘର ନାହିଁ ରାସ୍ତା କଡ଼ରେ ହିଁ ଏମାନଙ୍କ ଜୀବନ ବିତିଥାଏ ସେମାନେ ଖାଦ୍ୟ ପାଇଁ ସାଧାରଣରେ ହୋଟେଲ ଓ ଦୋକାନ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏହି ଦୁଇ ଦିନ ସଟଡାଉନ୍ ସବୁ ବନ୍ଦ ଥିବାରୁ ସେମାନେ ଭୋକିଲା ପ୍ରାୟ ଥାନ୍ତି କାରଣ ଗୋଟିଏ ପଟରେ ସମସ୍ତ ଦୋକାନ ବଜାର ବନ୍ଦ ଓ ସାଧାରଣ ଜନତାଙ୍କ ଯାଆସ ମଧ୍ୟ ନ ଥାଏ। ତେଣୁ ଏପରି ଲୋକଙ୍କ ପାଇଁ ଚିନ୍ତା କରି ଶ୍ରୀ ସାଇ ସେବା ଫାଉଣ୍ଡେସନ ଓ ଭଗବତୀ ମିନେରାଲସ୍ ମିଳିତ ଉଦ୍ୟମରେ ସଦସ୍ୟବୃନ୍ଦ ନିଜ ଜୀବନକୁ ବିପଦରେ ପକାଇ ଏମାନଙ୍କ ନିକଟରେ ଶୁଖିଲା ଖାଦ୍ୟ ଗତ ଦୁଇ ସପ୍ତାହ ହେଲା ପହଞ୍ଚାଇ ଆସୁଛନ୍ତି। ଆଜି ମଧ୍ୟ ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ସହରର ନୟା ବଜାର ସେକ୍ଟରର ବିଭିନ୍ନ ଛକ ଓ ରିଙ୍ଗ ରୋଡ ଅଞ୍ଚଳ, ବସ୍ ଷ୍ଟପ ଆଦିରେ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଭଗବତୀ ମିନେରାଲସର ନିର୍ଦେଶକ ରାଜେଶ କୁମାର ରାଜୁକା, ଶ୍ରୀ ସାଇ ସେବା ଫାଉଣ୍ଡେସନର ସଭାପତି ଆରୋଜିତ୍ ମଲ୍ଲିକ, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ସାହୁ ଙ୍କ ସମେତ ଜ୍ଞାନଜ୍ୟୋତି ଜେନା,ଯତୀନ କୁମାର ବାରିକ,ଆକାଶ କୁମାର ଲେଙ୍କା, ଆଶୁତୋଷ ବାରିକ ପ୍ରମୁଖ ସହଯୋଗ କରିଥିଲେ। ଆଗାମୀ ଲକଡାଉନ ସମୟରେ ସଂଗଠନ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଂଗଠନ ପକ୍ଷରୁ ସୂଚିତ କରାଯାଉଛି।

Comments
Loading...