ମଦ ଦୋକାନ ହଟେଇବା ନିମନ୍ତେ ମହିଳା ସ୍ଵୟଂ ସହାୟକ ଗୋଷ୍ଟି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ

ମାଲକାନଗିରି : ୦୪/୦୫ : ନୂତନ ବିଦେଶୀ ମଦ ଦୋକାନ ନିର୍ମାଣକୁ ବିରୋଧ କରିବା ସହ ଏହାକୁ ପ୍ରତିବାଦ କରିଥିଲେ କାଲିମେଳା ୱାର୍ଡ ନଂ ୬ ର 3 ଟି SHG ଗ୍ରୁପର ମହିଳା ମାନେ l କିଛି ଦିନ ଆଗରୁ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ମଧ୍ୟ ଦିଆଯାଇଥିଲା l ଆଜି ପୁଣି ମଦ ଦୋକାନ ହଟେଇବା ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଟିର ମହିଳା ମାନେ ଜିଲାପାଳଙ୍କୁ ଅଦ୍ଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ସାଲବନ ସାହି ୱାର୍ଡ ନଂ ୦୬ରେ ଖୋଲା ହେବାକୁ ଯାଉଥିବା ଏକ ନୂତନ ବିଦେଶୀ ମଦ ଦୋକାନ l ଏହି ମଦ ଦୋକାନକୁ ବିରୋଧ କରି ତେଜିଲେ ମହିଳା ଓ ସ୍ଵୟଂ ସହାୟକ ଗୋଷ୍ଠୀ ।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ନିର୍ଭିଗ୍ନ ଭାବରେ ବସବାସ କରୁଛନ୍ତି l ଯଦି ସେହି ଅଞ୍ଚଳରେ ମଦ ଦୋକାନ ଖୋଲାଯାଏ ତେବେ ସେହି ଅଞ୍ଚଳରେ ସର୍ବଦା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ l

ମଦ ଦୋକାନ ଆଖପାଖ ବସବାସ କରୁଥିବା ପରିବାରର ଝିଅ ବୋହୁ ପିଲାଛୁଆ ମାନେ ନିଜକୁ ଅସୁରକ୍ଷିତ ରହିବେ l ମଦ ପିଉଥିବା ଲୋକମାନେ ମଦ ପିଇବା ପରେ ଝଗଡା, ଗାଳିଗୁଲଜ, ମାଡପିଟ କରିଥାନ୍ତି l କେବଳ ଏତିକି ନୁହେଁ ମଦ ପିଇବା ପରେ ମଦ ବୋତଲକୁ ମଧ୍ୟ ଭାଙ୍ଗିବ ଦେଇଥାନ୍ତି l ପରବର୍ତ୍ତୀ ସମୟରେ ଆସୁଥିବା ଆଗାମୀ ପିଢ଼ି ଉପରେ ଏହାରକୁ ପ୍ରଭାବ ପଡିବ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି l ତିନୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଯଥା ଜୟ ମା ଲକ୍ଷ୍ମୀ , ଜୟ ମା ଦୁର୍ଗା ଓ ସୋନାକ୍ଷି ଦାବି ଅନୁଯାଇ ଏହି ମଦ ଦୋକାନକୁ ସେହି ଅଞ୍ଚଳରେ ନକରି ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରଣ କରାଯାଉ ବୋଲି ଜିଲ୍ଲାପାଳଙ୍କୁ ଅନୁରୋଧ ପୂର୍ବକ ଜଣାଇଛନ୍ତି l ତେବେ ବାକି ରହିଲା ଜିଲ୍ଲାପାଳ ସ୍ଥାନୀୟ ବାସିନ୍ଦା ତଥା ଏସ ଏଚ ଜି ଙ୍କ ଲିଖିତ ଗୁହାରୀକୁ କେତେଦୂର ସୁଫଳ କରୁଛନ୍ତି।

Comments
Loading...