ଲକଡାଉନ ପୂର୍ବରୁ ମଦଦୋକାନ ଆଗରେ ଲୋକଙ୍କ ଲମ୍ବା ଧାଡ଼ି,ସିଲ ହେଲା ମଦ ଦୋକାନ

ଦିନକୁ ଦିନ ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରିର ତାଣ୍ଡବ ବଡିବାରେ ଲାଗିଛି l ପ୍ରତି ଦିନ କରୋନା ପଜିଟିଭ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ସରକାର ମେ 5 ତାରିଖ ଠାରୁ ମେ 19 ତାରିଖ ପ୍ରଯ୍ୟନ୍ତ ରାଜ୍ୟ ସାରା ଲକଡାଉନ ଘୋଷଣା କରିଛନ୍ତି l ଲକଡାଉନରେ ଲୋକଙ୍କ ସୁବିଧା ପାଇଁ ସରକାର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଯିବାକୁ ଅନୁରୋଧ କରୁଛନ୍ତି କିନ୍ତୁ ଲୋକ ମଦକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବି ମଦଦୋକାନ ଆଗରେ କରିଛନ୍ତି ଗହଳି l
ମଦ ଚିନ୍ତାରେ ଲୋକେ ଭୁଲି ଗଲେ ସବୁ କୋଭିଡ ନିୟମ lଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦରମହକୁମାର ବସ ଷ୍ଟାଣ୍ଡ ନିକଟରେ ଥିବା ବିଦେଶୀ ମଦ ଦୋକାନରେ l ଏଠାରେ ମଦ କିଣିବା ପାଇଁ ଲାଗିଛି ଲୋକଙ୍କର ନାହିଁ ନ ଥିବା ଭିଡ଼ l ମଦ କିଣିବା ନିଶାରେ ମାନୁ ନାହାନ୍ତି କୌଣସି ସାମାଜିକ ଦୂରତା । କୋଭିଡ ନିୟମ ଉଲଙ୍ଘନ ଯୋଗୁଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ମିଳିତ ଭାବେ ମଦ ଦୋକାନ କୁ ନିୟମ ଅନୁଯାୟୀ ଆଗାମୀ ଆଦେଶ ପର୍ଯ୍ୟନ୍ତ ସିଲ କରିଛନ୍ତି ।

Comments
Loading...