ରାଜଗାଙ୍ଗପୁର ପୌରାଞ୍ଚଳ ରେ କୋଭିଡ୍ ଟେଷ୍ଟ ଆରମ୍ଭ

ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ , ରାଜଗାଙ୍ଗପୁର ଡାକ୍ତରଖାନାର ମୁଖ୍ୟ ଡାକ୍ତର ଟପ୍ପୋ ରାଜଗାଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ପୌରପାଳିକାର ଡାକ୍ତର ପାଣିଗ୍ରାହୀ ଓ ଫାର୍ମାସିଷ୍ଟ ରାଓ ମହୋଦୟଙ୍କୁ ଗତ ୨୯.୦୪.୨୧ ଆମେ ଅନୁରୋଧ କରିଥିଲୁ ଯେ ରାଜଗାଙ୍ଗପୁର ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତଦନୁଯାୟୀ ଆମ ରାଜଗାଙ୍ଗପୁର ସହରରେ କୋଭିଡ ଟେଷ୍ଟିଂ ବୃଦ୍ଧି କରାଯାଉ । ଏହି କଥାକୁ ବିଚାର କରି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ରାଜଗାଙ୍ଗପୁର ପୈ।ରାଞ୍ଚଳର ଓ୍ବାର୍ଡ୍ ନଂ ୧ ତାଲକିପଡା ଠାରେ ଥିବା ଟାଉନ ପ୍ରାଇମେରୀ ସ୍କୁଲରେ ରେ ନୂତନ ଭାବେ ଡାକ୍ତର ଟପ୍ପୋଙ୍କ ନେତୃତ୍ୱରେ ଆରମ୍ଭ କରାଗଲା । ପ୍ରଥମ ଦିନରେ ୫୦ ଜଣ ଆକ୍ରାନ୍ତ ନିଜର ଯାଞ୍ଚ କରାଇଛନ୍ତି । ଏଥି ସହିତ ଡିଏମଏଫ ଦ୍ଵାରା ପରିଚାଳିତ ଦୁଇଟି ଆମ୍ବୁଲାନ୍ସ ରେ ମଧ୍ୟ କାଲିଠାରୁ ବିଭିନ୍ନ ସ୍ଥାନରେ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ଏଣୁ ସମସ୍ତ ରାଜଗାଙ୍ଗପୁର ବାସୀଙ୍କୁ ମୋର ଅନୁରୋଧ ଆପଣ ମାନେ ଯେଉଁ ମାନଙ୍କର କରୋନା ଲକ୍ଷଣ ସେମାନେ ତୁରନ୍ତ ଯାଇ ନିଜର କୋଭିଡ ଯାଞ୍ଚ କରାଇନିଅନ୍ତୁ । ଏଥି ସକାଶେ ରାଜଗାଙ୍ଗପୁର ବାସୀ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।

Comments
Loading...