ପ୍ରଧାନମନ୍ତୀ ଆବାସ ଯୋଜନାରେ ମହା ଦୁର୍ନୀତି

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ କରଲାକୋଟ ଗ୍ରାମପଞ୍ଚାୟତ ସ୍ଥିତ ମଣ୍ଡେବିର୍ଲି ଗ୍ରାମରେ ଦେଖିବା କୁ ମିଳିଛି ପ୍ରଧାନମନ୍ରୀ ଆବାସ ଯୋଜନାରେ ମହା ଦୁର୍ନୀତି । ଯାହାକି ଗତ ତିନି ବର୍ଷ ତଳେ ସୁଶିଳା ପହରିଆ ନାମକ ଜଣେ ବିଧବା ମହିଳା ଗୋଟିଏ ପ୍ରଧାନମନ୍ରୀ ଆବାସ ଗୃହ ପାଇଥିଲେ । ତାଙ୍କର ଘର ବନାଇବା କ୍ଷମତା ନ ଥିବା ଯୋଗୁ କିରେଝୋଲା ଗ୍ରାମର ଚରଣ ସିଂ ମାଝୀ ଙ୍କୁ ଠିକା ଭାବରେ ଦେଇଥିଲେ । କିନ୍ତୁ ଅତି ଦୁଃଖ ଦାୟକ କଥା ହେଉଛି । ତାଙ୍କର ଘର ଏପର୍ଯ୍ୟନ୍ତ ଘରର ଫଣ୍ଡେସନ୍ ମଧ୍ୟ ସଠିକ ଭାବରେ କରା ଯାଇନାହିଁ । ଆଉ ତାଙ୍କ ଆକାଉଣ୍ଟ ରେ ୨୦୧୭ ମସିହା ଅପ୍ରେଲ ମାସ ୯ ତାରିଖ ଦିନ ପ୍ରଥମ କିସ୍ତି ପଡିଥିବା ବେଳେ ଦୂତୀୟ କିସ୍ତି ପଡିଛି ୨୦୧୯ ମସିହା ମାର୍ଚ୍ଚ ମାସ ୫ ତାରିଖ ଦିନ ପଡିଛି । ଏଠାରେ ପ୍ରଶ୍ନ ଉଠୁଛି ଘର କାମ ଆରମ୍ଭ ମଧ୍ୟ କରାଯାଇ ନାହିଁ । ଆଉ ତାଙ୍କ ଆକାଉଣ୍ଟ ରେ ଦୁଇ କିସ୍ତି ଟଙ୍କା ପଡିଛି ଓ ବିଧବା ମହିଳା ଙ୍କ କହିବା ଅନୁସାରେ ତାଙ୍କ ଆକାଉଣ୍ଟ ରେ ଯେତେ ଟଙ୍କା ପଡିଛି ସେହି ସବୁ ଟଙ୍କା ଉଠାଇ ବିଧବା ମହିଳା ଠିକାଦାର ଙ୍କୁ ଦେଇଦେଇଛନ୍ତି । ଓ ଘର କାମ ସମ୍ପୁର୍ଣ୍ଣ କରିବା ପାଇଁ ଠିକାଦାର ଚରଣ ସିଂ ମାଝୀ ଙ୍କ ଘରକୁ ପଚାରିବା କୁ ଗଲେ ପରିବାର ଲୋକେ ବିଭିନ୍ନ ପ୍ରକାର ଗାଲି ଗୁଳଜ କରି ନିରାଶ କରି ଫେରାଇ ଦେଉଛନ୍ତି । ବୋଲି ବିଧବା ମହିଳା ଅଭିଯୋଗ କରୁଛନ୍ତି । ସେହି ବିଧବା ମହିଳା ଙ୍କ ବା ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଥମ କିସ୍ତି ୨୦ ହଜାର ଏବଂ ଦୂତୀୟ କିସ୍ତି ୩୫ ହଜାର ଟଙ୍କା ତାଙ୍କ ନାମରୁ ଉଠାଣ କରାଯାଇଛି । ବିଧବା ମହିଳା ଅତି ଦୁଃଖ ର ସହିତ ପ୍ରକାଶ କରିଛନ୍ତି । ଯେ ମୋ ଘର କାମ ଏପର୍ଯ୍ୟନ୍ତ ହୋଇନାହିଁ । ଆଉ ମୋତେ ବିଭିନ୍ନ ପ୍ରକାର କଥା କହି ଘର ଖୁବ ଶୀଘ୍ର ଘର କାମ ସମ୍ପୂର୍ଣ୍ଣ କରି ଦେବୁ ବୋଲି ମୋର ଆକାଉଣ୍ଟ ରେ ପଡିଥିବା ଟଙ୍କା ମାଗି ନେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଘର କାମ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇ ନାହିଁ । ଆଉ ତାଙ୍କ ଆକାଉଣ୍ଟ ରେ କେମିତି ୫୫ ହଜାର ଟଙ୍କା ପଡିଲା । ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ବୋଡେ଼ନ ବ୍ଲକ ପ୍ରଶାସନ ର କାର୍ଯ୍ୟ ତତ୍ପରତା କେତେ ।

Comments
Loading...